Latest Odisha News

BREAKING NEWS

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ ସିଷ୍ଟମ ପୁନର୍ବାର ଲାଗୁ କରାଯାଇଛି । ଫଳରେ ସଂକ୍ରମିତଙ୍କୁ ଚିହ୍ନଟ ପ୍ରକ୍ରିୟା ସହଜ ହେବ । ନେଦରଲ୍ୟାଣ୍ଡରେ ସନ୍ଧ୍ୟା ୫ଟାରୁ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଗ୍ରୀସରେ ଟିକା ନେବାକୁ ଚାହୁଁ ନଥିବା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ନୂଆ ଧରଣର କଟକଣା ଲାଗୁ ହୋଇଛି । ପ୍ରତି ମାସରେ ସେମାନେ ପାଉଥିବା ପେନସନର ଏକ ଚତୁର୍ଥାଂଶକୁ ଫାଇନ ଆକାରରେ କାଟିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି ।

ସେହିପରି ବ୍ରିଟେନରେ ସମସ୍ତ ଦୋକାନ, ପବ୍ଲିକ ଟ୍ରାନ୍ସପୋର୍ଟରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିଦେଶୀ ଯାତ୍ରୀଙ୍କ ଲାଗି କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି । ଦକ୍ଷିଣ ଆଫ୍ରିକାର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି ହୋଇଥିବା ବେଳେ, ମଦ ବିକ୍ରିକୁ ନିଷିଦ୍ଧ କରାଯାଇଛି । ଆମେରିକାରେ ମାସ୍କ ନିୟମକୁ କଡାକଡି କରାଯାଇଥିବା ବେଳେ ବୁଷ୍ଟର ଡୋଜ ଓ ଟେଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଚୀନର ସଂକ୍ରମିତ ଅଞ୍ଚଳରେ ଲକଡାଉନ କରାଯିବା ସହ ମାସ୍ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.