ଟିଟଲାଗଡ: ଟିଟଲାଗଡ ଜିଲ୍ଲା ସଇଁତଳା ବଡମାଳ ୟୁନିଟ୍ ୬ ଅଞ୍ଚଳରେ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି । ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଶିବ ଶଙ୍କର ଭୋଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ରାସାୟନିକ ମିଶ୍ରଣ ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed.