Latest Odisha News

BREAKING NEWS

ବାଣ ଗୋଦାମରେ ବିସ୍ଫୋରଣ ୫ ଗୁରୁତର

ଭଦ୍ରକ: ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ବିସ୍ଫୋରଣ । ଏଥିରେ ୫ ଜଣ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କ ଭିତରେ କେବଳ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ପରେ ସେମାନମଧ୍ୟରୁ ୨ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଖବର ମୁତାବକ, ମଙ୍ଗଳବାର ସକାଳୁ କେଉଁ କାରଣରୁ ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ନିଆଁଲାଗି ବିସ୍ଫୋରଣ ହୋଇଥିଲା । ଏନେଇ ଭଦ୍ରକ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ସହ ବହୁ କଷ୍ଟରେ ଗୁରୁତର ଆହତଙ୍କୁ ଗୋଦାମରୁ ବାହାର କରିଥିଲା । ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଗୁରୁତରଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଜିଲ୍ଲାପାଳ କହିଛନ୍ତି ସମସ୍ତ ଗୁରୁତରଙ୍କୁ ମାଗଣାରେ ଚିକିତ୍ସା କରିବା ସହ ସମସ୍ତ ଔଷଧ ଯୋଗାଇ ଦିଆଯିବ । ଆବଶ୍ୟକ ପଡ଼ିଲେ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର କରାଯିବ । ଏହି ଘଟଣାରେ ପୋଲିସ ପହଞ୍ଚି କିପରି ବାଣ ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ।

Comments are closed.