Latest Odisha News

BREAKING NEWS

Delhi Red Fort Blast: ଲାଲକିଲ୍ଲାରେ ଜୋରଦାର ବିସ୍ଫୋରଣ, ଆଲର୍ଟରେ ଦିଲ୍ଲୀ ପୋଲିସ

ବିସ୍ଫୋରଣରେ ୮ ମୃତ ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା।

ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି।

ସୂଚନା ଅନୁଯାୟୀ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କାରରେ ନିଆଁ ଲାଗିଯାଇଥିଲା। ଯଦିଓ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଆଁକୁ ଆୟତ କରିବା ପାଇଁ ପ୍ରାୟ ୭ଟି ଅଗ୍ନିଶମ ବାହିନୀ ଗାଡ଼ି ଏବଂ ଏକ ପୋଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ବିସ୍ଫୋରଣ ବହୁତ ଜୋରରେ ହୋଇଥିଲା। ଡିସିପି, ସ୍ପେଶାଲ୍ ସେଲ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଫୋରେନସିକ୍ ଏବଂ ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି।

 

Comments are closed.