Latest Odisha News

BREAKING NEWS

ଖୋର୍ଦ୍ଧା କୁମାରବସ୍ତିରେ ବିସ୍ଫୋରଣ; ତିନି ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ଫୋରଣ । ଏଥିରେ ତିନିଜଣ ଗୁରୁତର ହୋଇଥିବା ବେଳେ, ଦୁଇ ଜଣଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।  ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି ।

ଖବର ମୁତାବକ, କୁମାରବସ୍ତିର ତାପସ ମଙ୍ଗରାଜଙ୍କ ଘରେ ହଠାତ୍ ଏକ ଜୋରେ ବିସ୍ଫୋରଣ ଘଟିଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ଦେଖିବା ବେଳକୁ ବିସ୍ଫୋରଣରେ ତିନି ଜଣ ଛିଟିକି ପଡିଥିଲେ । ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।

ବିସ୍ଫୋରଣର ଭୟାଭହତାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ବୋମା ବିସ୍ଫୋରଣ କହୁଥିବାବେଳେ, ଅପରପକ୍ଷରେ ଏହା ବାଣ ବିସ୍ପୋରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାରେ ଏକ ମାମଲା ରୁଜୁ କରି ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.