Latest Odisha News

BREAKING NEWS

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ପ୍ରାରମ୍ଭିକ ରିପୋର୍ଟରେ ପେଂଟାଗନ ମୁଖପାତ୍ର ଜନ କର୍ବି ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲେ । ୩ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଅନୁମାନ କରାଯାଉଛି ।

ଫ୍ରାନ୍ସ ଗୋଇନ୍ଦା ସଂସ୍ଥା ଆଉ ଏକ ବିସ୍ଫୋରଣ ହେବ ବୋଲି ଚେତାଇ ଦେଇଛି । ପୂର୍ବରୁ ଏଠାରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ଲୋକମାନଙ୍କୁ ଆମେରିକା ଏବଂ ଅନ୍ୟ ଦେଶଗୁଡିକ ସତର୍କ କରାଇ ଦେଇଥିଲେ ।

Leave A Reply

Your email address will not be published.