Latest Odisha News

BREAKING NEWS

ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…

ତେହେରାନ: ଇରାନକୁ ଏକ ବଡ଼ ବିସ୍ଫୋରଣ ଘଟିଛି। ଶନିବାର ଦିନ ବନ୍ଦର ଆବାସର ହର୍ମୋଜଗାନ ପ୍ରଦେଶରେ ହୋଇଥିବା ବଡ଼ ବିସ୍ଫୋରଣ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବନ୍ଦର ଆବାସର ଆଜାଡେଗାନ ଜିଲ୍ଲାର ଏକ ଆବାସିକ କୋଠାରେ ଗ୍ୟାସ ଲିକ୍ ହୋଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହା ପରେ ସାମାଜିକ ଗଣମାଧ୍ୟମରେ ଅନେକ ଗୁଜବ ବ୍ୟାପିଥିଲା। ଯେଉଁଥିରେ ସାମରିକ ଆକ୍ରମଣ କିମ୍ବା ଭିଆଇପି ଟାର୍ଗେଟ ଅନ୍ତର୍ଭୁକ୍ତ ବୋଲି କୁହାଯାଇଥିଲା। ତଥାପି ସ୍ଥାନୀୟ କର୍ତ୍ତୃପକ୍ଷ ଏହାକୁ ଏକ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ଯଦିଓ ବିସ୍ଫୋରଣ କିଏ ଘଟାଇଛି କିମ୍ବା ଏହା କାହିଁକି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଇରାନୀ ଗଣମାଧ୍ୟମ ଅନୁଯାୟୀ ବିସ୍ଫୋରଣର ତଦନ୍ତ ଚାଲିଛି। ଏନେଇ ଇରାନୀ ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ ହୋଇନାହିଁ।

 

Comments are closed.