ରାଉରକେଲା: ବାରୁଦ ଗୋଦାମ ଘଟଣାରେ ନୂଆ ମୋଡ଼। ସ୍ବାମୀ-ସ୍ତ୍ରୀ ଚଳାଉଥିଲେ ବାରୁଦ ଗୋଦାମ। ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ଘଟଣାରେ ତାଙ୍କ ସହ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ରହିଛି ଗୋଦାମ ଲାଇସେନ୍ସ। ଉଭୟଙ୍କ ନାଁରେ ୨ଟି ଲେଖାଏଁ ଲାଇସେନ୍ସ ରହିଥିବା ସୂଚନା ମିଳିଛି।
ଗତକାଲି ଗୋଦାମ ମାଲିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ। ହାଇଦ୍ରାବାଦରୁ ଗତକାଲି ଆହୁରି ୧୫ ଟନ୍ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକରେ ବ୍ୟବହୃତ ତାର ଆସିଲା ପରେ ଖୋଲିଲା ଗୁମର। ହାଇଦ୍ରାବାଦରୁ ଆସିଥିବା ବାରୁଦ ଓ ବିସ୍ଫୋରକ ସାମଗ୍ରୀର ଟେମ୍ପରାରି ପରମିଟ୍ ଗଣମାଧ୍ୟମ ହାତରେ ଲାଗିଛି। ଗିରଫ ଗୋଦାମ ମାଲିକ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଆସିଥିବା ବେଳେ ଆଉ ଅଧା ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସ୍ ମାଲିକ ନିକିତା ଅଗ୍ରୱାଲଙ୍କ ନାଁରେ।
ବାରୁଦ ଓ ବିସ୍ଫୋରକ ବ୍ୟବହୃତ ତାର ମଧ୍ୟ ଉଭୟଙ୍କ ନାଁରେ ଆସିଛି। ଏବେ ପ୍ରଶ୍ନ ଉଠୁଛି ପୋଲିସ କାହିଁକି ନିକିତାଙ୍କୁ ତଦନ୍ତ ପରିସର ଭିତରକୁ ନେଇନାହିଁ? ନିକିତା ଅଗ୍ରୱାଲଙ୍କୁ ଏଯାଏ କାହିଁକି କରାଯାଇନି ଜେରା? ଯଦି ଶ୍ରବଣ ଅଗ୍ରୱାଲ ଓ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ନିକିତାଙ୍କୁ କେବେ ପଚରାଉଚରା କରାଯିବ।
Comments are closed.