Latest Odisha News

ଜଳବନ୍ଦି ଘେରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ୟାପକ କ୍ଷୟକ୍ଷତି

ବରଗଡ଼: ପ୍ରାଣୀ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟରେ ପସିଲା ପ୍ରବଳ ବର୍ଷା ପାଣି l ବରଗଡ଼ ସହରରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ବୁଧବାର ସକାଳ ୯ଟା ସମୟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ସହର ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ।

4 ଫୁଟର ବର୍ଷା ପାଣି ଜମାଟ ହୋଇ ରହିଥିବା ବେଳେ ଅଫିସ ଭିତରେ ରହିଥିବା ବିଭିନ୍ନ ଆସବା ପତ୍ର, ଜରୁରୀ ଦସ୍ତାବିଜ୍ ଓ ପ୍ରାଣୀଙ୍କ ପାଇଁ ଗଚ୍ଛିତ ବ୍ୟାପକ ଔଷଧ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି l ସମ୍ପୂର୍ଣ୍ଣ ଅଫିସଟି ଜଳମଗ୍ନ ହୋଇପଡ଼ିଥିବା ବେଳେ ଅଫିସର ଚାରିପଟେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ଘେରି ରହିଛି ଓ କାନ୍ଥରେ ଇଲେକ୍ଟ୍ରିକ କରେଣ୍ଟ ମଧ୍ୟ ଆସୁଛି l ଯାହାଫଳରେ ଅଫିସ ଭିତରକୁ କର୍ମଚାରୀ ମାନେ ଯାଇନପାରି ନଥିଲେ l

ସିଡିଭିଓ ନୀଳାମ୍ବର ଦୀପ ଗୋଟେ ବର୍ଷ ହେଲା ପୌରପରିଷଦ ଅଧିକାରୀଙ୍କୁ ଡ୍ରେନ ନିର୍ମାଣ ସହିତ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦୌ ପଦକ୍ଷେପ ନବେବାରୁ ଆଜି କାର୍ଯ୍ୟାଳୟ ଭିତରେ ବର୍ଷା ପାଣି ପସି ବ୍ୟାପକ କ୍ଷୟକ୍ଷତି ହୋଇଛି l ତେବେ ପୌର ପରିଷଦ ପକ୍ଷରୁ ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲେ ଆଜି ଏପରି ସମସ୍ୟା ଦେଖାଯାଇନଥାନ୍ତା ଓ ଅନେକ ସରକାରୀ ସାମଗ୍ରୀ ନଷ୍ଟ ହେବାରୁ ବଞ୍ଚିତ ହୋଇଥାନ୍ତା l

Comments are closed.