ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦେଲେ କଡା ଜବାବ । ଇମ୍ରାନ ଖାନ୍ଙ୍କ ଟିପ୍ପଣୀ ଉପରେ ଜୟଶଙ୍କର ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତ କାହା ସହିତ ମିଶି କିମ୍ଵା କାହାରି ଇସାରାରେ କାମ କରେ ନାହିଁ ବରଂ ଏହି କାମ ପାକିସ୍ତାନ କରିଥାଏ।
ସୂଚନାଯୋଗ୍ୟ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ଭବିଷ୍ୟତ ଚୀନ ସହିତ ଥିବା କହିଥିଲେ। ସେ କହିଥିଲେ ଏହା ଦୁର୍ଭାଗ୍ୟ ଯେ ଭାରତକୁ ପାଶ୍ଚାତ୍ୟ ଦେଶ ନିଜର ହିତ ପାଇଁ ବ୍ୟବହାର କରୁଛନ୍ତି ଯଦ୍ଵାରା ଚୀନକୁ ରୋକା ଯାଇ ପାରିବ। ଇମ୍ରାନ ଖାନଙ୍କ କହିବା କଥା ଏହି କାରଣରୁ ଚୀନକୁ ପାକିସ୍ତାନର ଆବଶ୍ୟକତା ରହିଛି। ସେ ପାକିସ୍ତାନର ଭୂ-ରାଜନୈତିକ ସ୍ଥିତିକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଦର୍ଶାଇଥିଲେ।
ଏହାର ଜବାବରେ ଏକ ସାକ୍ଷାତକାରରେ ଭାରତୀୟ ବୈଦେଶିକ ମନ୍ତ୍ରି ଏସ ଜୟଶଙ୍କର କହିଛନ୍ତି ପାକିସ୍ତାନକୁ ନିଜ ବିଷୟରେ ସଠିକ୍ ଢଙ୍ଗରେ ଚିନ୍ତା କରିବା ଉଚିତ୍। ଭାରତ ଭିନ୍ନ ପ୍ରକାରର ଏକ ସାଂସ୍କୃତିକ ଦେଶ। ଭାରତ ନିଜକୁ ନେଇ ବିଶ୍ଵରେ ନିଜର ସ୍ଵତନ୍ତ୍ର ଦୃଷ୍ଟିକୋଣ ରହିଛି। ଜୟଶଙ୍କର କହିଛନ୍ତି ଭାରତର ନିଜସ୍ଵ ହିତ ରହିଛି। ଭାରତର ନିଜର ଚରିତ୍ର ରହିଛି। ଏହାକୁ କାହାରି ବିରୋଧରେ ନକରାତ୍ମନକ ଭାବେ ଦର୍ଶାଯାଇ ପାରିବ ନାହିଁ।
Comments are closed.