Latest Odisha News

BREAKING NEWS

ନିୟମଗିରି ଡଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ରାୟଗଡ଼ା : ଦୂର ହେବ ଆଦିମ ଜନଜାତି ଡଙ୍ଗରିୟା କନ୍ଧଙ୍କ ଚକ୍ଷୁ ସମସ୍ୟା । କାରଣ ଓଡ଼ିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଡଙ୍ଗରିଆଙ୍କ ପାଇଁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଓ ଚଷମା ପ୍ରଦାନ ପାଇଁ ଏହି ଗବେଷଣା କେନ୍ଦ୍ରର ଶୁଭାରମ୍ଭ ହୋଇଛି ।

BjdElectrycity

ଭାରତ ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜୀବିକା ବିକାଶ କାର୍ଯ୍ୟକ୍ରମ (ଓ.ପି.ଲି.ପି) ଓ ଏଲ୍‍.ଭି.ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ । ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗ୍ରାମର ୨୬୦୦ ପରିବାରର ୧୦ ହଜାର ୧୯୦ ଜଣ ଲୋକଙ୍କୁ ତିନି ମାସ ମଧ୍ୟରେ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଇ ଚଷମା ପ୍ରଦାନ କରାଯିବ । ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‍.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପିର ଆଦି ତିନୋଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି ।

Leave A Reply

Your email address will not be published.