Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ପୁଣି ଆମ୍ନା ସାମ୍ନି ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ୟୁଏଇ ଓ ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଁଏ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଆଇସିସି ଗ୍ରୁପ ଘୋଷଣା କରିଛି । ଗ୍ରୁପ ୨’ରେ ଉଭୟ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି । ଏଥିରେ ସ୍ଥାନ ପାଇଥିବା ଅନ୍ୟ ଟିମଗୁଡିକ ହେଲା ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ୨ଟି କ୍ୱାଲିଫାୟର୍ସ ଟିମ୍ । ସେହିପରି ଗ୍ରୁପ ୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ୨ କ୍ୱାଲିଫାୟର୍ସ ଟିମ ରହିଛନ୍ତି ।

ରାଉଣ୍ଡ ୧(କ୍ୱାଲିଫାୟର୍ସ) ପାଇଁ  ଏ ଓ ବି ୨ଟି ଗ୍ରୁପ କରାଯାଇଛି । ଗ୍ରୁପ ଏରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେରଦଲ୍ୟାଣ୍ଡ, ନାମ୍ବିଆ । ଗ୍ରୁପ ବି’ରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଅ ନିଉ ଗିନି ଓ ଓମାନ ସ୍ଥାନ ପାଇଛନ୍ତି । ୨୦୧୯ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.