Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ: ସମାଲୋଚିତ ହେଉଛନ୍ତି ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛନ୍ତି । ନିରୀହ ବ୍ୟକ୍ତିଙ୍କ ରକ୍ତର ହୋରି ଖେଳିଥିବା ଆତଙ୍କବାଦୀଙ୍କ ବିପକ୍ଷରେ କିନ୍ତୁ ପାକିସ୍ତାନ କ୍ରିକେଟର ନୀରବତା ସମସ୍ତଙ୍କୁ ଚକିତ କରିଛି । ଏ ପର୍ଯ୍ୟନ୍ତ ସେମାନେ କୌଣସି ପୋଷ୍ଟ ମାଧ୍ୟମରେ ଏ ନେଇ ଦୁଃଖ ପ୍ରକାଶ ମଧ୍ୟ କରି ନାହାନ୍ତି । ୨୦୨୩ ଦିନିକିଆ ବିଶ୍ୱକପରେ କଟକଣା ସତ୍ୱେ ପାକିସ୍ତାନ କ୍ରିକେଟର ଫିଲିସ୍ତାନୀଙ୍କ ସପକ୍ଷରେ ସମର୍ଥନ ଏବଂ ପୋଷ୍ଟ କରିଥିଲେ । ଏପରିକି କେତେକ ଖେଳାଳି ଫିଲିସ୍ତାନୀ ପତାକା ମଧ୍ୟ ଶେୟାର କରିଥିଲେ । ଇମାଦ ୱାସିମ, ଶାଦବ ଖାଁ, ହ୍ୟାରିଶ ରୌଫ, ମହମ୍ମଦ ନବାଜ ଓ ସଲମାନ ଆଗାଙ୍କ ସମେତ ପୂର୍ବତନ କ୍ରିକେଟର ବେଶ ସକ୍ରିୟ ଥିଲେ ।

ଶ୍ରୀଲଙ୍କା ବିପକ୍ଷରେ ନିଜ ଶତକକୁ ମହମ୍ମଦ ରିଜୱାନ ଗାଜାକଚ ସମର୍ପଣ କରିଥିଲେ । ଏବେ ୨୬ଜଣ ନିରୀହଙ୍କ ହତ୍ୟାରେ କେହି ଜଣେ ବି ଏହାକୁ ନିନ୍ଦା କରି ନାହାନ୍ତି । ପହଲଗାମ ଘଟଣା ପରେ କେବଳ ମହମ୍ମଦ ହାଫଜ ଦୁଃଖ ପ୍ରକାଶ କରିଛନ୍ତି । ମୁଁ ଦୁଃଖୀ ଏବଂ ମୋ ହୃଦୟ ଭାଙ୍ଗି ଯାଇଛି ବୋଲି ସେ ଲେଖିଛନ୍ତି । ଦୀନେଶ କାନେରିଆ ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ପାକିସ୍ତାନ ସୁପର ଲିଗରେ ଏହାର ପ୍ରଭାବ ମଧ୍ୟ ପଡିବା ପରିଲକ୍ଷିତ ହେଉନି । ଅବଶ୍ୟ ଭାରତର କଡା ପଦକ୍ଷେପ ପରେ ପାକିସ୍ତାନ ନାଗରିକ ଏବେ ଭୟରେ ଅଛନ୍ତି ।

Comments are closed.