Latest Odisha News

ଆମେରିକାର ଏଫ ୩୫ ଯୁଦ୍ଧ ବିମାନ ନିଖୋଜ

ୱାଶିଂଟନ: ଆମେରିକା ଏଫ ୩୫ ଯୁଦ୍ଧ ବିମାନ ନିଖୋଜ ହୋଇଯାଇଛି । ମରୀନ କୋରର ଏହି ବିମାନକୁ ଶତ୍ରୁ ପକ୍ଷ ଠାବ କରିବା କଷ୍ଟକର । ଗୁରୁତ୍ୱପୂର୍ଣ୍ଣ ମିଶନରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ନର୍ଥ ଚାର୍ଲସଟନ ଏୟାରବେସକୁ ଏହା ଟେକଅଫ କରିବା କିଛି ସମୟ ପରେ ଗାଏବ ହୋଇ ଯାଇଥିଲା । ମରୀନ କୋର ଏବେ ଏହି ବିମାନକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଜନତାଙ୍କ ସହଯୋଗ ଲୋଡିଛନ୍ତି । ଏଥିରେ ଥିବା ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଆସି ପାରିଛନ୍ତି । ଏଫ ୩୫ ବିମାନର ମୂଲ୍ୟ ଅତି କମରେ ୮୦ ମିଲିୟନ ଡଲାର ହେବ । ଚାର୍ଲସଟନ ସହରର ଉତରରେ ଥିବା ୨ଟି ହ୍ରଦ ନିକଟରେ ଏହାକୁ ଖୋଜା ଯାଉଛି ।

ସୂଚନାଯୋଗ୍ୟ, ମରୀନ କୋର ଏୟାର ଷ୍ଟେସନ ୬୯୦୦ ଏକର ଅଂଚଳରେ ପରିବ୍ୟାପ୍ତ । ଏହି ମିଲିଟ୍ରି ବେସରେ ୪୭୦୦ ସୈନିକ କାର୍ଯ୍ୟରତ । ଦକ୍ଷିଣ କାରୋଲିନା ଓ ଜର୍ଜିଆ ଅଂଚଳରେ ଏହାକୁ ନିୟୋଜିତ କରାଯାଇଛି । ନିକଟରେ ଦକ୍ଷିଣ କୋରିଆ ସେନାକୁ ଆମେରିକା ୨୫ ଏଫ ୩୫ ବିମାନ ବିକ୍ରିକୁ ମଂଜୁରୀ ପ୍ରଦାନ କରିଥିଲା । ଉତର କୋରିଆ ଓ ଚୀନର ଆକ୍ରମଣାତ୍ମକ ମନୋଭାବକୁ ଦାବିବା ପାଇଁ ଆମେରିକା ତାର ସହଯୋଗୀ ଦେଶକୁ ଅସ୍ତ୍ରଶସ୍ତ୍ର ଦେଇ ମଜଭୁତ କରିବାରେ ଲାଗିଛି । ବିମାନଟି କିପରି ନିଖୋଜ ହେଲା ତାହା ଜଣାପଡି ନାହିଁ ।

Comments are closed.