Latest Odisha News

ଅଡିଓ ଭାଇରାଲ୍ ପ୍ରସଙ୍ଗ: ବିଧାନସଭାରେ ପ୍ରଦୀପ୍ତ-ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ସେ ପ୍ରଶ୍ନ କରିଥିଲେ, ଶାସକ ଦଳର ନେତା ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ବିଧାୟକମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ଓ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ପ୍ରଦୀପ୍ତ ନାଏକ ।

ଗୃହରେ ବ୍ୟୋମକେଶ ରାୟ ଉତ୍ତର ରଖିଥିଲେ। ସେ କହିଥିଲେ, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ପୋଲିସ ଜଣଙ୍କ ଗରିବ ଲୋକଙ୍କୁ ହଇରାଣ ହରକତ କରିବା ସହ ଟଙ୍କା ଆଦାୟ କରୁଥିବାରୁ ସେ ତାଙ୍କୁ ଫୋନ କରିଥିଲେ । ତାଙ୍କ ଅଡିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ବାଚସ୍ପତି ଚାହିଁଲେ ସମ୍ପୂର୍ଣ୍ଣ ଅଡିଓ ଟେପ୍ ଗୃହରେ ଉପସ୍ଥାପନ କରିବେ ବୋଲି କହିଥିଲେ ବ୍ୟୋମକେଶ ।

ଏହାସହ ବ୍ୟୋମକେଶ କହିଥିଲେ, ସେ ଜଣେ ବିଧାୟକ ଓ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ପିଏଚଡି କରିଛନ୍ତି । ବ୍ୟବହାର କେମିତି କରାଯିବ ସେ କଥା ତାଙ୍କୁ ଶିଖାନ୍ତୁନି । ବିଜେପିକୁ କାଉଣ୍ଟର କରି ମୟୂରଭଞ୍ଜର ଜମେ ବିଧାୟକ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ମାଡ଼ ମାରି ଗିରଫ ହୋଇଥିବା କହିଥିଲେ ବ୍ୟୋମକେଶ ।

Leave A Reply

Your email address will not be published.