Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭ୍, ୪ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା କେସ୍ । ଆଜି ସଂକ୍ରମଣ ଦେଢ଼ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୧ଟି ।

୪ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦ରୁ ଅଧିକ ଲେଖାଏ ରହିଛି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୭ ପଜିଟିଭ୍ ବାହାରିଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଆଉ ୨୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୨ ନୂଆ ଆକ୍ରାନ୍ତ । ବାକି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୯ହଜାର ୨୪୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୨୬୬ ସଂକ୍ରମିତ । ଏବେ ରାଜ୍ୟରେ ୧ହଜାର ୮ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.