Latest Odisha News

ଫେସ୍‌ବୁକ୍‌ର ବଡ ଘୋଷଣା; ବନ୍ଦ ହୋଇଯିବ ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସବୁକ ମଙ୍ଗଳବାର ଘୋଷଣା କରିଛି ଯେ ଏହାର ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ ବନ୍ଦ କରୁଛି। ଫେସବୁକର ଉପ-ସଭାପତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜେରୋମ ପେସେଣ୍ଟି ଏହି ଘୋଷଣା କରିଛନ୍ତି।

ପେସେଣ୍ଟିଙ୍କ ବିବୃତ୍ତି ଅନୁଯାୟୀ, ଲୋକମାନେ ଆଉ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବରେ ଚିହ୍ନିତ ହେବେ ନାହିଁ।

ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, “ଆମେ ଫେସବୁକରେ ଚେହେରା ଚିହ୍ନଟ ପ୍ରଣାଳୀକୁ ବନ୍ଦ କରିଦେଉଛୁ। ଯେଉଁମାନେ ଚୟନ କରିଛନ୍ତି ସେମାନେ ଆଉ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବେ ଚିହ୍ନଟ ହେବେ ନାହିଁ ଏବଂ ଆମେ ଏକ ବିଲିଅନ୍ ରୁ ଅଧିକ ଲୋକଙ୍କର ବ୍ୟକ୍ତିଗତ ଚେହେରା ଚିହ୍ନଟ ଟେମ୍ପଲେଟ୍ ଡିଲିଟ୍ କରିବୁ।”

Comments are closed.