Latest Odisha News

BREAKING NEWS

ନୂଆ ନାଁରେ ଆସିବ ଫେସବୁକ୍

ନୂଆଦିଲ୍ଲୀ : ନୂଆ ନାଁରେ ଆସିବ ଫେସବୁକ୍ । ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇବ ନୂଆ ପରିଚୟ । ଫେସବୁକକୁ ମେଟାଭର୍ସରେ ପରିଣତ କରିବେ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ଆସନ୍ତା ୨୮ ତାରିଖ କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରାଯିବ । କମ୍ପାନୀ ଯୋଜନାରେ ଅନୁସାରେ ସବୁ ଠିକଠାକ୍ ଚାଲିଲେ ଆସନ୍ତା ୫ବର୍ଷ ମଧ୍ୟରେ ଫେସବୁକ ମେଟାଭର୍ସରେ ପରିଣତ ହେବ । ୟୁଜର୍ସମାନେ କଳ୍ପନା କରୁଥିବା ନୂଆ ଦୁନିଆରେ ରହିବା ଭଳି ଅନୁଭବ କରିପାରିବେ ।

ଆଗାମୀ ଦିନରେ ଏହା ଇଣ୍ଟରନେଟ ଜଗତର ନୂଆ ଅବତାର ହେବ ବୋଲି ନିକଟରେ ଜୁକରବର୍ଗ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏ ନେଇ ଆସନ୍ତା ୫ବର୍ଷ ମଧ୍ୟରେ ୧୦ ହଜାର ନିଯୁକ୍ତି ବାହାର କରିବାକୁ ଯୋଜନା କରାଯାଇଛି । ଫେସବୁକର ନୂଆ ଭବିଷ୍ୟତ ‘ମେଟାଭର୍ସ’ ଗଢ଼ିବା ପାଇଁ ଏମାନଙ୍କ ସହଯୋଗ ନିଆଯିବ । କେବଳ ଫେସବୁକ ନୁହେଁ, ବିଶ୍ବର ବହୁ ବଡ଼ ବଡ଼ କମ୍ପାନୀ ମେଟାଭର୍ସରେ ପୁଞ୍ଜି ନିବେଶ କରିଛନ୍ତି ।

Leave A Reply

Your email address will not be published.