Latest Odisha News

BREAKING NEWS

ରାଉରକେଲାରେ ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାଉରକେଲା ସହରରେ ଲଜ୍ଜା । ନିଜର ୧୫ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ନାବାଳିକା । ସବୁଠୁ ଚାଞ୍ଚଲ୍ୟକର କଥା ଏହା ଯେ, ଏ ସବୁକିଛି ଘଟଣା ବିଷୟରେ ଜାଣିଛି ଜନ୍ମକଲା ମା’ । ଅର୍ଥାତ ମା’ର ଜାଣତରେ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଛି ବାପା । ଗତ ଏପ୍ରିଲ ମାସରୁ ବାପା ଦୁଷ୍କର୍ମ କରି ଆସୁଥିବା ପୀଡ଼ିତା ନାବାଳିକା ଚାଇଲ୍ଡ ଲାଇନରେ ଅଭିଯୋଗ କରିଛନ୍ତି ।

ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ, ଚାଇଲ୍ଡ ଲାଇନ ପକ୍ଷରୁ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲ । ଏହାପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ଓ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ନାବାଳିକାକୁ ରାଉରକେଲା ସରକାରୀ ଡାକ୍ତରଖାନାର ସଖୀ ସେଣ୍ଟରରେ ରଖାଯାଇଛି । ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ବେଳେ, ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ସିଡବ୍ଲ୍ୟୁସି ଅଧ୍ୟକ୍ଷ । ଅନ୍ୟପଟେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଉରକେଲା ଏସପି ।

Leave A Reply

Your email address will not be published.