ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଗଠନ ଶୈଳୀ ଯେତେ ଆଲୋଚନା କଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ଯୋଗୁ ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଶୈଳୀ ହିସାବରେ ବିବେଚନା କରାଯାଏ । ମୁଖ୍ୟତଃ ଏହା ତିନି ଭାଗରେ ବିଭକ୍ତ ଶୈଳୀ ଅଟେ ଯଥା ରେଖ, ପୀଢ ଓ ଖାଖର। ସେଥିମଧ୍ୟରୁ ଶ୍ରୀମନ୍ଦିର ରେଖ ଶୈଳୀର ଅଟେ ଓ ଏହା ପଞ୍ଚ ରଥ ଶୈଳୀରେ ନିର୍ମିତ୍ତ, ଅର୍ଥାତ ଦୁଇଟି ଅନୁରାହା ପାଗ, ଦୁଇଟି କୋଣକ ପାଗ, ଓ ଗୋଟିଏ ରାହା ପାଗ । ଏପରି ପାଞ୍ଚ ଗୋଟିପାଗର ପ୍ରୟୋଗ ହୋଇଥିବାରୁ ଏହା ପଞ୍ଚରଥ ଶୈଳୀର ବୋଲି କୁହାଯାଏ। ବର୍ତ୍ତମାନ ଉପଲବ୍ଧ ଶିଳ୍ପ ଶାସ୍ତ୍ର ଯଥା ଭୁବନ ପ୍ରଦୀପ, ଶିଳ୍ପ ସରଣୀ ଓ ଶିଳ୍ପ ପ୍ରକାଶ ଇତ୍ୟାଦି ଉତ୍କଳୀୟ ମନ୍ଦିର ଶୈଳୀର ବର୍ଣ୍ଣନା ଦେଇଥାନ୍ତି।
ଉତ୍କଳୀୟ ମନ୍ଦିର ଗଠନ ଶୈଳୀର ବିଶେଷତ୍ୱ ହେଲା ଗୋଟିଏ ପଥର ଉପରେ ଅନ୍ୟ ଗୋଟିଏ ପଥର ଥୋଇ ଏହାକୁ ଲୁହା ଚାପୁଆଣୀ ଦ୍ୱାରା ପରସ୍ପର ସହ ସଂଯୁକ୍ତ କରାଯାଇଥାଏ। ମାଦଳା ପାଞ୍ଜି ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀମନ୍ଦିର ହେଉଛି ଶ୍ରୀବତ୍ସ ଖଣ୍ଡଶାଳ ବା ଶ୍ରୀବତ୍ସ ବଲ୍ଳଭ। ଯାହା ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶିଳ୍ପ ସରଣୀ ପୁସ୍ତକର ବର୍ଣ୍ଣନା ଅନୁଯାୟୀ “ଖଣ୍ଡାଶାଳ ପଞ୍ଚରଥଃ ଭଦ୍ର ପୀଠୋ ପରିସ୍ଥିତଂ, ଶ୍ରୀବତ୍ସ ବଲ୍ଳଭ କୀର୍ତି ଉତ୍ସର୍ଗ ଶତ ହସ୍ତକଃ “(୧/୨୬୦)।
ପୁରୀ ବଡ଼ଦାଣ୍ଡ ପତନଠାରୁ ଶ୍ରୀମନ୍ଦିରର ଉଚ୍ଚତା ୨୧୪ଫୁଟ ୮ଇଞ୍ଚ ଅଟେ। ମନ୍ଦିର ଭିତର ବେଢା ଓ ବାହାର ବେଢାକୁ ଲାଗି ଦିଇଟି ବିରାଟ ପ୍ରାଚୀର ରହିଛି।।ମୂଖ୍ୟ ମନ୍ଦିରଟି ମୁଖ୍ୟତଃ ଚାରି ଭାଗରେ ବିଭକ୍ତ। ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ, ଭୋଗ ମଣ୍ଡପ । ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମନ୍ଦିର ନିର୍ମାଣର ସମସ୍ତ ଅଂଶକୁ।
ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶ୍ରବଣ କରିବାର।
ଧନ ଅର୍ଜନେ ଧର୍ମ କରି
ଧର୍ମେ ପ୍ରପାତ ନରହରି।
କର୍ମ ମୋହର ନିଜ ଗୁରୁ
ଉଦ୍ଧବ କେତେ ତୁ ପଚାରୁ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.