Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରିବ୍ୟାପ୍ତ ବ୍ରହ୍ମ ସତ୍ତା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ ଠାକୁର କହିଦେଲେ ଶ୍ରୀଜଗନ୍ନାଥଙ୍କୁ ସଠିକ ଭାବେ ପ୍ରକାଶ କରିହୁଏନି । ଆଗରୁ ଚର୍ଚ୍ଚା କରିଥିବା ସ୍ୱରୂପ ଚତୁର୍ଦ୍ଧାମୂର୍ତ୍ତି ବା ବିଶ୍ଵମୂର୍ତ୍ତି ମଧ୍ୟ ସମ୍ପୂର୍ଣ୍ଣ ନୁହେଁ । ସେଥିପାଇଁ ତ ସେ ରହସ୍ୟମୟ । ଏଇଠି ଗୋଟିଏ କଥା କୁହାଯାଇପାରେ, ସଚରାଚର ଜଗତ ମଧ୍ୟରେ ପରିବ୍ୟାପ୍ତ ବ୍ରହ୍ମ ସତ୍ତା ହିଁ ଶ୍ରୀଜଗନ୍ନାଥ । ସେ କୂଟସ୍ଥ, ଅଚଳ, ଓ ଧ୍ରୁବ, ଅର୍ଥାତ ଅଦ୍ଵିତୀୟ ଜ୍ୟୋତିସ୍ୱରୂପ ପରମାତ୍ମା (ପରଂବ୍ରହ୍ମ )ଶ୍ରୀଜଗନ୍ନାଥ ।

ତାଙ୍କୁ କେବଳ ଏକ ବ୍ୟାପକ ସତ୍ତାର ପରିଚୟ ପାଇଲେ, ଆହୁରି ସୁକ୍ଷ୍ମ ଭାବରେ ଅନୁଭବ କରିବାକୁ ଚାହୁଁଥିଲେ ଶ୍ରୀଜଗନ୍ନାଥଙ୍କୁ ନିଜ ହୃଦୟ ସିଂହାସନରେ ବିରାଜମାନ କରାନ୍ତୁ । କେତେ ଦିନ ଆଉ ଇନ୍ଦ୍ରିୟଆସକ୍ତିରେ ରହି ନିଜର ଚରମ ଓ ପରମ ଉପଲବ୍ଧିକୁ ହାତଛଡା କରିବେ? ଯଦି ମନକହୁଛି କିଛି ଅନୁଭବ ହେଲାଣି ତେବେ ଆଉ ନ ହଜେଇ ସେ ରତନଙ୍କୁ ଜାବୁଡି ଧରନ୍ତୁ । ସାଧକ ମାନେ କହନ୍ତି :

ମନ କହୁଛିରେ ପାଇଲା ଧନ ନ ହଜା
ପରମ ପୁରୁଷ ରତନଙ୍କୁ ପାଇ କଲୁ ଗଡ଼ଗଡା ପୂଜା । “

ଜୟ ଜଗନ୍ନାଥ

Leave A Reply

Your email address will not be published.