Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବନାମ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀଜଗନ୍ନାଥ ସ୍ୱୟଂ ହିଁ ବିଶ୍ୱରାଟ, ସ୍ୱରଟ, ସମ୍ରାଟ ଓ ବିରାଟ । ସେଥିପାଇଁ ସର୍ବନାମ, ସର୍ବକର୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କୁ ବାସୁଦେବାୟ ଭାବରେ ଉପାସନା କରାଗଲା । ବାସୁଦେବ, କୌଣସି ନାମ ବାଚକ ଶବ୍ଦ ନୁହେଁ ଏହାର ବ୍ୟାପକତା ଜାଣିବାପାଇଁ ଆମେ ଗୀତାର ଏହି ଶ୍ଳୋକଟି ନେବା “ବହୁନାଂ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ, ବାସୁଦେବ ସର୍ବମିତି ସ ମହାତ୍ମା ସୁଦୂର୍ଳଭ (ଗୀ ୭/୧୯)

ଏଠାରେ ସର୍ବଂ ଖଲ୍ଵିଦଂ ବ୍ରହ୍ମ ଓ ବାସୁଦେବ ସର୍ବମକୁ ସମାନ ମର୍ଯ୍ୟାଦା ମିଳିଥିଲେ ମଧ୍ୟ୍ୟ ପ୍ରଥମେ ନିର୍ଗୁଣ ବ୍ରହ୍ମର ପ୍ରାଧାନ୍ୟ ଥିବାବେଳେ, ଦ୍ଵିତୀୟରେ ସଗୁଣ ବ୍ରହ୍ମର ପ୍ରାଧାନ୍ୟ ବର୍ଣ୍ଣିତ ହୁଏ । ତେଣୁ ସଗୁଣ ବ୍ରହ୍ମ ଯାହାକି ସମଗ୍ର ଗୁଣର ଆଶ୍ରୟ, କିନ୍ତୁ କୌଣସି ଗୁଣର ଆଶ୍ରିତ ନୁହେଁ କି କୌଣସି ଗୁଣରେ ଆବଦ୍ଧ ନୁହେଁ । ସ୍ୱୟଂ ଭଗବାନ ମଧ୍ୟ ସଗୁଣ ବ୍ରହ୍ମଙ୍କୁ ସମଗ୍ର ବୋଲି ଆଖ୍ୟା ଦେଇଛନ୍ତି । “ଅସଂସୟଂ ସମଗ୍ରଂ ମାମ ” ଏହି ସମଗ୍ର ମଧ୍ୟରେ ସମସ୍ତ ଜୀବ, ଜଡ଼, ଚେତନ, ସତ, ଅସତ, ସାକାର, ନିରାକାର ତଥା ସଗୁଣ ନିର୍ଗୁଣ ସବୁ ଅନ୍ତର୍ଭୁକ୍ତ । ବିଶୁଦ୍ଧ ସତ୍ତ୍ୱର ନାମ ବାସୁଦେବ ଶ୍ରୀଜଗନ୍ନାଥ । ତେଣୁ ଶ୍ରୀମଦ ଭାଗବତରେ ବର୍ଣ୍ଣିତ ହେଇଛି :

ନମସ୍ତେ ପ୍ରଭୁ ବିଶ୍ୱରୂପ,
ସକଳ ହୃଦେ ଅଛୁ ବ୍ୟାପି ।
ତୁ ସୃଷ୍ଟି ସ୍ଥିତି ଲୟ କରୁ,
ଆବର ଗର୍ଭରେ ସଂହାରୁ ।

ଜୟ ଜଗନ୍ନାଥ

Leave A Reply

Your email address will not be published.