Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦାରୁବ୍ରହ୍ମ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ପ୍ରଭୁଙ୍କର ଦାରୁ ଶରୀର ବା ଦରବୀୟ ତନୁରେ ବ୍ରହ୍ମ ସଂଯୁକ୍ତ ହୋଇ ଦାରୁବ୍ରହ୍ମ ରୂପେ ବିଦିତ ହୁଅନ୍ତି । ଏହିଠାରେ ମନରେ ପ୍ରଶ୍ନ ଆସେ, ଏତେ ବିଖ୍ୟାତ ଠାକୁର ଶୁଦ୍ଧ ସୁବର୍ଣ୍ଣ ଅବା ଅଷ୍ଟ ଧାତୁ ବିଗ୍ରହ ନହୋଇ ଦାରୁ ବିଗ୍ରହ ହେଲେ କାହଁକି ? ଏହି ପ୍ରଶ୍ନର ସମାଧାନ ବିଭିନ୍ନ ଶାସ୍ତ୍ରରେ ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଛି, ତଥାପି “ଇନ୍ଦ୍ରନୀଳମଣି ପୁରାଣ ବର୍ଣିତ ଶ୍ଳୋକ ପ୍ରଣିଧାନ୍ୟ ଯୋଗ୍ୟ ଯଥା ” ଏବଂ ଜୀବନଦ୍ରୁମସ୍ୟ ସତlତ୍ମା ବିଲୟlନ୍ତରେ, ସଦେହ ଭବତିଦାରୁ ଦହନlର୍ଥ ବିଶେଷସିତଃ ବ୍ରହ୍ମସତ୍ତାମୟଂ ଦାରୁ ସର୍ବକର୍ମେ ପ୍ରୟୋଜନଂ, ତାରକମ ଦ୍ରlବକଂ ସୌଖ୍ୟଂ ତତୈବ ଦାରବୀ ତନୁ”

ଏଠାରେ ଦୁଇଟି ବିଶେଷ ବାର୍ତ୍ତା ପ୍ରଦାନ କରଛନ୍ତି । ପ୍ରଥମେ ଜୀବନ ଏକ ବିନାଶଶୀଳ ବୃକ୍ଷ ଏହି କଥା ଜଗତବାସୀଙ୍କୁ ଜଣାଇଛନ୍ତି । ଦ୍ଵିତୀୟରେ ରେ ଦାରୁ ପରି ସେ (ଜଗନ୍ନାଥ ) ପ୍ରତିକ୍ରିୟା ଶୂନ୍ୟ ଏହାବି ପ୍ରମାଣ କରିଛନ୍ତି । ସବୁଠାରୁ ଗ୍ରହଣୀୟ କଥା ହେଲା “ଜୀବ ମାନଙ୍କର ମୋହ ନାଶ ପାଇଁ ଯେଉଁ ରୂପ ଦରକାର ସେ (ଜଗନ୍ନାଥ )ସେହି ଦାରୁ ରୂପ ଗ୍ରହଣ କରିଛନ୍ତି । ସେଥିପାଇଁ ସାଧୁ ଚୈତନ୍ୟ ଦାସ “ନିର୍ଗୁଣ ମାହାତ୍ମ୍ୟ “ରେ କହିଛନ୍ତି
ଶୁଖିଲା କାଠ ଦାରୁବ୍ରହ୍ମ, ତହିଁ ଅଛନ୍ତି ପରଂବ୍ରହ୍ମ ”

ଆସନ୍ତୁ ତେବେ ସର୍ବେ ମିଳି ଗାଇବା “ପ୍ରଭୁ ମୋର ଜଗନ୍ନାଥ କାଳିଆ ସାଆନ୍ତ, ଦାରୁବ୍ରହ୍ମ ନିରାକାର ରୂପରେ ଅଦ୍ଭୁତ । ”

ଜୟ ଜଗନ୍ନାଥ

Leave A Reply

Your email address will not be published.