Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦଶାବତାର ଠାକୁର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀରେ ସପ୍ତାବରଣ ମୂର୍ତ୍ତିଙ୍କ ଉପସ୍ଥିତି ବିଷୟରେ ଆଗରୁ ଆଲୋଚନା ହୋଇଛି । ବର୍ତ୍ତମାନ ଅଣବସର ସମୟରେ ଦଶାବତାର ଠାକୁରଙ୍କୁ ଜାଣିବା ।

କୋଠ ସୁଆଁସୀଆ ମାନେ ବାଉଁଶ ତାଟି ଘେରାଇ ଅନଶର ଘର ନିର୍ମାଣ କରିବା ପରେ ଏକ ଖଟପକାଇ ଅନସର ତାଟି ବାହାରେ ପଟି ଦିଅଁଙ୍କୁ ରଖାଯାଏ । ଏହା ପରେ ଦକ୍ଷିଣୀ ଘରୁ ସାତ ମୂର୍ତ୍ତି ଦେବ ଦେବୀଙ୍କୁ ଅଣାଯାଏ ଯଥା ଦୋଳଗୋବିନ୍ଦ, ରାମ, ନୃସିଂହ (ତିନି ମୂର୍ତ୍ତି )ଆସି ବଡ଼ବାଡ଼ ଅବସ୍ଥାପିତ ହୁଅନ୍ତି । ସେହିପରି ଶ୍ରୀଦେବୀ ଓ ଭୁଦେବୀଙ୍କୁ ମଝିବାଡ଼ରେ ତଥା ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ରଖି ସେହି ଖଟ ଉପରେ ରଖି ସମସ୍ତ ପୂଜା ଏହିଠାର କରାଯାଏ । ଏ ସମସ୍ତେ ମିଶି ଦଶ ଅବତାର ଠାକୁର ରୂପେ ବିବେଚିତ ହୁଅନ୍ତି ।

ଏହି ଦଶ ଅବତାର ଠାକୁରଙ୍କ ପାଖରେ ସମସ୍ତ ଦୈନିକ ନୀତି ଓ ଭୋଗ ହୁଏ । ତେଣୁ ରହସ୍ୟ ମୟ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି, ସପ୍ତାବରଣ ମୂର୍ତ୍ତି ଓ ଏବେ ଦଶ ଅବତାର ଦିଅଁ ବିଷୟରେ ଜାଣିଲେ ତ ? ତେବେ ଆସନ୍ତୁ ଟିକିଏ ହୃଦୟରେ ତାଙ୍କୁ ଚିନ୍ତା କରିବା, ଆଉ ଭକ୍ତିପୂତ ନିବେଦନ ଢ଼ାଳିବା, ଯାହା ସ୍ୱୟଂ ବ୍ରହ୍ମl ପୁରୁଷୋତ୍ତମ କ୍ଷେତ୍ରରେ ଅବତରଣ କରି ଗାଇଥିଲେ :  ‘ଦିବ୍ୟସ୍ତ୍ରୋତମ ‘

ନମୋସ୍ତୁଭ୍ୟଂ ନମୋ ମହ୍ୟଂ ତୁଭ୍ୟଂ ମହ୍ୟଂ ନମୋ ନମଃ., ଅହଂ ତ୍ବଂ ତ୍ବମହଂ ଜଗଦେତଚରାଚରମ.
ଅନିର୍ବକ୍ତବ୍ୟମ ବେଦଂ ସତ୍ୱlତ ସତ୍ତ୍ୱବିବେକତହଃ, ଅଦ୍ଵିତୀୟ ଜଗଭାସ ସ୍ୱପ୍ରକାଶ ନମୋସ୍ତୁତେ ।

ଜୟ ଜଗନ୍ନାଥ

Leave A Reply

Your email address will not be published.