ଭଦ୍ରକ: ଯାଜପୁର ଦତ୍ତପୁର ଗାଁରେ ଆଜି କୁମ୍ଭୀର ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତେବେ ଏହି ଭିଡିଓଟି ଆଜିର ନୁହେଁ । ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ । ଏହି ଭିଡିଓ ଅନ୍ୟ ରଜ୍ୟର ବୋଲି ଯାଜପୁର ରୋଡ୍ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି, ବୈତରଣୀ ନଦୀରେ ଘାଇ ସୃଷ୍ଟି ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି । ଆମ ଟିମ୍ ସେଠାକୁ ଯାଇଛି । ଘଟଣା ନେଇ ଅନୁଧ୍ୟାନ ଚାଲିଛି ।
ସୂଚନା ଯୋଗ୍ୟ ଯେ, ଦତ୍ତପୁର ଗାଁ ଦାଣ୍ଡରେ ବନ୍ୟା ଜଳରେ ଭାସିଥିବା ଏକ କୁମ୍ଭୀର ଖେଳୁଥିବାର ଖବର ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
Comments are closed.