Latest Odisha News

BREAKING NEWS

ଭାରତ ଉପରେ ଖପ୍ପା ଦାଉଦ ଇବ୍ରାହିମର ପ୍ରେମିକା !

ପାକିସ୍ତାନ: ବାରମ୍ବାର ବୟାନ ବଦଳାଉଥିଲେ ବି ଦାଉଦ କରାଚୀରେ ରହୁଥିବା ନେଇ ସ୍ୱୀକାର କରିଛି ପାକିସ୍ତାନ । ଦାଉଦ ଚର୍ଚ୍ଚାକୁ ଆସିବା ପରେ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ତେବେ ଦାଉଦର ପ୍ରେମିକା ଭାବେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ।

ପାକିସ୍ତାନୀ ଅଭିନେତ୍ରୀ ମହାୱିସ ହୟାତ୍ । ଭାରତରେ ମହାୱିସ୍ ଦାଉଦର ପ୍ରେମିକା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଅଣ୍ଡର ୱାର୍ଲଡ୍ ଡନ୍ ଦାଉଦ ସହ ମହାୱିସଙ୍କ ନାଁ ଯୋଡାଯିବା ପରେ ସେ କ୍ରୋଧରେ ରକ୍ତ ଚାଉଳ ଚୋବାଉଛନ୍ତି । ବୁଧବାର ଏକ ଟୁଇଟ୍‌ରେ ସେ ଦାଉଦର ପ୍ରେମିକା ନୁହେଁ ବୋଲି ରୋକ୍‌ଠୋକ୍ ଲେଖିଥିଲେ । ତା ଛଡା ଭାରତୀୟ ଗଣମାଧ୍ୟମ ବିରୋଧୀ ବୟାନ, କାଶ୍ମୀରରେ ମୁସଲମାନଙ୍କୁ ନିର୍ଯାତନା ଓ ବଲିଉଡ ମାଫିଆ ଭଳି ମୁଦ୍ଦା ଉଠାଇ ସେ ନିଜକୁ ଦାଉଦଠାରୁ ଅଲଗା କରିବାକୁ ଚେଷ୍ଟା କରିଥିଲେ ।

ପାକିସ୍ତାନରେ ମହାୱିସ୍ ଗ୍ଲାମରସ୍ ଗାର୍ଲ ଭାବେ ଜଣାଶୁଣା । ଆଇଟମ ଗାର୍ଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ମହୱିସ ଦାଉଦଠାରୁ ୨୭ବର୍ଷ ସାନ । ଅଭିନୟ ଛଡା ଗୀତ ଗାଇବାରେ ସେ ବେଶ ରୁଚି ରଖନ୍ତି । କୌଣସି ଫିଲ୍ମ ନୁହେଁ ବରଂ ଜଣାଶୁଣା ବ୍ୟକ୍ତିଙ୍କ ଗହଣରେ ତାଙ୍କୁ ହୋଷ୍ଟ ଭାବେ ଦେଖିବାକୁ ମିଳିଥାଏ ।

ରିପୋର୍ଟ ଅନୁଯାୟୀ ଦାଉଦ ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଟଙ୍କା ନିବେଶ କରିଥାଏ । କରାଚୀ ଓ ଲାହୋରରେ ବଡବଡ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ଦାଉଦର ଘନିଷ୍ଠ ସଂପର୍କ ରହିଛି । ଏହି କାରଣରୁ ଦାଉଦ ସହ ତାଙ୍କୁ ଯୋଡାଯାଇଛି ବୋଲି ମହାୱିସ ସଫେଇ ରଖିଛନ୍ତି ।

Leave A Reply

Your email address will not be published.