ନୂଆଦିଲ୍ଲୀ:ଗଙ୍ଗାଜଳ ଉପରେ ଜିଏସଟିକୁ ନେଇ ଏବେ ବିବାଦ ଜୋରଦାର ହୋଇଛି । ଗଙ୍ଗାଜଳ ଉପରେ ମୋଦି ସରକାର ୧୮ ପ୍ରତିଶତ ଜିଏସଟି ଲାଗୁ କରିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିବା ସହ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି । ଏହି ଖବର ଉପରେ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟାକ୍ସେସ ଆଣ୍ଡ କଷ୍ଟମ (CBIC) ପକ୍ଷରୁ ଗୁରୁବାର ସ୍ପଷ୍ଟୀକରଣ ଦିଆଯାଇଛି ।
CBIC ପକ୍ଷରୁ କୁହାଯାଇଛି, ଗଙ୍ଗାଜଳ ପୂଜା ସାମଗ୍ରୀ ଭାବେ ସାରା ଦେଶରେ ବ୍ୟବହାର କରାଯାଉଛି । ୨୦୧୭ରେ ଜିଏସଟିର ୧୪ ଏବଂ ୧୫ତମ ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହାକୁ ଜିଏସି ତାଲିକାରୁ ବାଦ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି CBIC ସ୍ପଷ୍ଟ କରି ଦିଆଯାଇଛି ଯେ, ଗଙ୍ଗାଜଳ ଉପରେ କୌଣସି ଜିଏସଟି ଲାଗୁ କରାଯାଇ ନାହିଁ ।
ଏପରିକି କାଉନସିଲ କାଜଲ, କୁମକୁମ, ବିନ୍ଦି, ସିନ୍ଦୂର, ଅଳତା, ପ୍ଲାଷ୍ଟିକ ଏବଂ କାଚର ଚୂଡିକୁ ପୂଜା ସାମଗ୍ରୀ ଅନ୍ତର୍ଭୁକ୍ତ କରି ଜିଏସଠି ତାଲିକାରୁ ବାଦ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି, ପ୍ରାରମ୍ଭରୁ ଗଙ୍ଗାଜଳ ସହିତ ପୂଜାପାଠର ସବୁ ସାମଗ୍ରୀକୁ ଜିଏସିଟିରୁ ବାଦ ଦିଆଯାଇଛି । ସିବିଆଇସି ପକ୍ଷରୁ କୁହାଯାଇଛି, ସାରା ଦେଶରେ ଘରେ ପୂଜାରେ ଗଙ୍ଗାଜଳର ବ୍ୟବହାର କରାଯାଉଛି । ତେଣୁ ଏହି ପୂଜା ସାମଗ୍ରୀକୁ ଜିଏସଟିରୁ ବାଦ ଦିଆଯିବ ।
ନିକଟରେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ୍ସରେ ଏକ ପୋଷ୍ଟ କରି ମୋଦି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏଥିରେ ସେ ଲେଖିଖିଲେ, ‘ମୋଦିଜୀ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟଙ୍କ ପାଇଁ ମା’ ଗଙ୍ଗାଙ୍କର ଗୁରୁତ୍ୱ ବହୁତ ଅଧିକ । ହେଲେ ଆପଣଙ୍କ ସରକାର ଏହି ପବିତ୍ର ଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ?’
Comments are closed.