Latest Odisha News

ଭାରତରେ କୋଭିଡ ଅନୁଦାନ ରୂପେ ମିଳିବ ମୁଣ୍ଡପିଛା ୫ହଜାର ଟଙ୍କା, କେତେ ସତ ?

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ! ଏହି ଅର୍ଥରାଶିକୁ କେନ୍ଦ୍ର ସରକାର ଜାନୁଆରୀ ୧୫ ପର୍ଯ୍ୟନ୍ତ ପ୍ରଦାନ କରିବେ । ଏଭଳି ଏକ ବାର୍ତ୍ତା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଖବରକୁ ନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିଧିବଦ୍ଧ ଭାବେ କୌଣସି ପ୍ରକାର ବିଜ୍ଞପ୍ତି ପ୍ରକାଶ କରିନଥିବାରୁ, ଏହାର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୋଭିଡ୍ ଅନୁଦାନ ସ୍ୱରୂପ ୫ହଜାର ଟଙ୍କା ମିଳିବା ନେଇ ଏକ ମେସେଜ୍ ଲୋକଙ୍କ ମୋବାଇଲରେ ଘୁରି ବୁଲୁଛି । ଏପରିକି ଫର୍ମରେ ବ୍ୟକ୍ତିଗତ ବିବରଣୀ ଦେବା ସହ ଏକ ଲିଙ୍କରେ କ୍ଲିକ୍ କଲେ କୁଆଡେ ଆକାଉଣ୍ଟକୁ ଟଙ୍କା ଆସିବା ନେଇ ଖବର ପ୍ରଚାରିତ ହୋଇଛି । ଏ ନେଇ ଅନେକ ଲୋକ ଦ୍ୱନ୍ଦରେ ପଡିଥିବାବେଳେ ସତ୍ୟାସତ୍ୟ ସାମ୍ନାକୁ ଆଣିଛି ପେସ୍ ଇନ୍ଫୋର୍ମେସନ୍ ବ୍ୟୁରୋ ।

ପ୍ରେସ୍ ଇନଫରମେସନ ବ୍ୟୁରୋ (ଆଇବି) ଏହି ମେସେଜକୁ ମିଥ୍ୟା ଗୁଜବ ବୋଲି ସ୍ପଷ୍ଟ କରିଛି । ପିଆଇବି ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛି ଯେ, ସରକାର ଏଭଳି କୌଣସି ସ୍କିମ୍ ଜାରି କରିନାହାନ୍ତି । ଲୋକଙ୍କୁ ସଚେତନ କରିବା ସହ ଏହି ଲିଙ୍କ କାହାରିକୁ ନପଠାଇବା ସହ ବ୍ୟକ୍ତିଗତ ବିବରଣୀ ନଦେବା ଲାଗି ପିଆଇବି ପରାମର୍ଶ ଦେଇଛି ।

Leave A Reply

Your email address will not be published.