Latest Odisha News

ମଲାଇକା-ଅର୍ଜୁନଙ୍କ ୪ ବର୍ଷର ସମ୍ପର୍କ ଭାଙ୍ଗିଲା !

ମୁମ୍ବାଇ: ୪ ବର୍ଷ ପରେ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କାପୁରଙ୍କ ବ୍ରେକ ଅପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏ ନେଇ ମଲାଇକା କିମ୍ବା ଅର୍ଜୁନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଏହି ସମ୍ପର୍କ ଭାଙ୍ଗିବା ପରେ ମଲାଇକା ଭାଙ୍ଗି ପଡିଥିବା ନେଇ ବିଭିନ୍ନ ନ୍ୟୁଜ ୱେବସାଇଟରେ ଖବର ପ୍ରକାଶ ପାଇଛି । ସେ ୬ ଦିନ ହେବ ଘରୁ ବାହାରି ନାହାନ୍ତି ।

ଅପରପକ୍ଷରେ ଅର୍ଜୁନ ନିକଟରେ ମଲାଇକା ଘର ପାଖକୁ ଯାଇଥିଲେ ମଧ୍ୟ ତାଙ୍କୁ ଭେଟି ନ ଥିଲେ । ଅର୍ଜୁନଙ୍କ ଫ୍ୟାମିଲି ଡିନରରେ ପ୍ରାୟତଃ ମଲାଇକାଙ୍କୁ ଦେଖିବାକୁ ମିଳେ । ମାତ୍ର ରିୟାଙ୍କ ଘରେ ଆୟୋଜିତ ଡିନରରେ ମଲାଇକା ଯୋଗ ଦେଇ ନ ଥିଲେ । ତେବେ ଏହି ଖବର ସତ୍ୟ ନା ଗୁଜବ ତାହା ଜଣାପଡି ନାହିଁ ।

Leave A Reply

Your email address will not be published.