Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଫଡନାଭିସ କହିଲେ ଖୁବ୍ ଶୀଘ୍ର ସରକାର ଗଠନ କରିବୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ହଲଚଲ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି କହିଛନ୍ତି । ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି । ସରକାର ପତନ ପରେ ଆମେ ଏହାକୁ ଗଠନ କରିବୁ ବୋଲି ଫଡନାଭିସ କହିଛନ୍ତି ।

୨୩ ନଭେମ୍ବର ୨୦୧୯ରେ ଫଡନାଭିସ ଏନସିପି ସହ ମିଶି ସରକାର ଗଠନ କରିଥିଲା । ଏହା ମାତ୍ର ୮୦ ଘଂଟା ଚାଲିପାରିଥିଲା । ଏହାର ପ୍ରାୟ ବର୍ଷେ ପରେ ଫଡନାଭିସ ସରକାର ଗଠନ ନେଇ ମୁହଁ ଖୋଲିଛନ୍ତି । ଏହା ପୂର୍ବରୁ ସୋମବାର କେନ୍ଦ୍ରୀୟ ମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ମଧ୍ୟ ୨/୩ ମାସରେ ବିଜେପି ସରକାର କରିବ ବୋଲି କହିଥିଲେ ।

Leave A Reply

Your email address will not be published.