Latest Odisha News

ଲ୍ୟାଣ୍ଡ ଆଟାକ୍ ଭର୍ସନ ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ ଭେଦିଥିଲା ବ୍ରହ୍ମୋସ ମିସାଇଲ୍‌ ।

ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସକୁ ଡିଆରଡିଓ ବିକଶିତ କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୨୯୮ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି ।

ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିସାଇଲ । ବର୍ତ୍ତମାନ ଏହା ଭାରତୀୟ ସେନାରେ ସାମିଲ ରହିଛି । ୨୦୦୫ରେ ଆଇଏନଏସ ରାଜପୁତରେ ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ମୁତୟନ କରିଥିଲା ।

Leave A Reply

Your email address will not be published.