Latest Odisha News

BREAKING NEWS

ପଞ୍ଜଶୀର; ଅହମ୍ମଦ ମାସୁଦଙ୍କ ମୁଖପାତ୍ର ଫହିମ ଦାଶ୍‌ତିଙ୍କୁ ହତ୍ୟା

ପଞ୍ଜଶୀର: ତାଲିବାନ ଆଫଗାନିସ୍ତାନ ପ୍ରତିରୋଧ ବାହିନୀ ସହିତ ଜଡିତ ଦୁଇ ଜଣଙ୍କୁ ହତ୍ୟା କରିଥିବା ସୁଚନା ମିଳିଛି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶରେ ତାଲିବାନ ସହ ମୁହାଁମୁହିଁ ସମୟରେ ଫାହିମ ଦାଶ୍‌ତି (ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର) ଏବଂ ଅବଦୁଲ ୱୁଡୋଡ ଜାରା (ଆଫଗାନିସ୍ତାନ ପ୍ରତିରୋଧ ବାହିନୀର ସଦସ୍ୟ) ଙ୍କ ମୃତ୍ୟୁ ଘଟିଛି।

ରବିବାର ଦିନ ନିହତ ହୋଇଥିବା ଫାହିମ ଦାଶତି ଜାମିଆତ-ଇ-ଇସଲାମି ଦଳର ଜଣେ ବରିଷ୍ଠ ସଦସ୍ୟ ତଥା ଆଫଗାନିସ୍ତାନ ସାମ୍ବାଦିକ ଫେଡେରେଶନର ସଦସ୍ୟ ଥିଲେ।

ତାଲିବାନକୁ ବିରୋଧରେ ପ୍ରତିରୋଧ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦଙ୍କ ମୁଖପାତ୍ର ଫାହିମ ଦାଶ୍‌ତି ରବିବାର ଦିନ ପଞ୍ଜଶୀରରେ ତାଲିବାନ ସହ ଯୁଦ୍ଧ ସମୟରେ ନିହତ ହୋଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.