Latest Odisha News

BREAKING NEWS

ପଞ୍ଜଶୀରରେ ତାଲିବାନ ପାଇଁ ଲଢ଼ୁଛି ପାକିସ୍ତାନ !

କାବୁଲ: ଆଫଗାନିସ୍ତାନରେ ତାଲିବାନକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି ପାକିସ୍ତାନ । ଏହାର ଆଉ ଏକ ଜ୍ୱଳନ୍ତ ପ୍ରମାଣ ପଞ୍ଜଶୀରରେ ଦେଖିବାକୁ ମିଳିଛି । ତାଲିବାନ ସହ ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସ କଡା ସଂଘର୍ଷ କରିବା ପରେ ଏବେ ସେମାନଙ୍କ ବିରୋଧରେ ପାକିସ୍ତାନ ଛିଡା ହୋଇଛି । ଆକାଶମାର୍ଗରୁ ସ୍ପେଶାଲ କମାଣ୍ଡୋ ଓହ୍ଲାଇବା ସହ ଡ୍ରୋନ ଆକ୍ରମଣ କରିବା ଆରମ୍ଭ କରିଛି ।

ଯାହା ଫଳରେ ଏନଆରଏଫ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଏପରିକି ଅମରୁଲ୍ଲା ସାଲେହଙ୍କ ରହୁଥିବା ସ୍ଥାନ ଉପରେ ବୋମାମାଡ କରାଯିବା ଫଳରେ ସେ ଜୀବନ ବଂଚାଇ ତାଜିକସ୍ତାନ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.