Latest Odisha News

BREAKING NEWS

କାକଟପୁରରେ ଚାଲିଥିଲା ନକଲି କୋଭିଡ୍ ଟେଷ୍ଟ ସେଣ୍ଟର, ଜଣେ ଗିରଫ

ପୁରୀ: କରୋନା କାଳରେ ଲୋକଙ୍କ ଜୀବନ ସହ ଖେଳ । ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ ଚଢ଼ାଉ କଲା ପୋଲିସ୍ ଓ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ ପରେ ନକଲି କାରନାମା ପଦାକୁ ଆସିଛି । ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା ଅଭିଯୋଗରେ ଚଢ଼ାଉ କରିଥିଲେ କାକଟପୁର ତହସିଲଦାର ଓ ପୋଲିସ ।

ଚଢ଼ାଉ ବେଳେ ପାଥୋଲାବ୍ ଭିତରୁ ନକଲି କରୋନା ଟେଷ୍ଟ କିଟ୍, ନକଲି ରିପୋର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହାସହ ପାଥୋଲାବକୁ ସିଲ୍ କରିଛି ପୋଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଚି । ତାଙ୍କ ନାଁ ପ୍ରକାଶ ଦାସ । ଠକେଇ ଓ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଉ ଜଣେ ସହଯୋଗୀ ଫେରାର୍ ହୋଇଯାଇଛନ୍ତି । ଲୋକଙ୍କୁ ନକଲି କରୋନା ଟେଷ୍ଟ ରିପୋର୍ଟ ଦେବା ସହ ଡାକ୍ତର ଓ କର୍ମଚାରୀ ବି ସେଠାରେ ନକଲି ଥିଲେ ବୋି ଜଣା ପଡ଼ିଛି ।

Leave A Reply

Your email address will not be published.