କୋରାପୁଟ: କ୍ରାଇମବ୍ରାଞ୍ଚ ଝଞୠ କବଜାରେ ଜାଲ୍ ନୋଟ୍ ରାକେଟ । କୋରାପୁଟ ଜିଲ୍ଲା ସୁନାବେଡ଼ା ବସ୍ଷ୍ଟାଣ୍ଡରୁ ଜାଲ ନୋଟ୍ ଜବତ । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ବିଡ଼ା ବିଡ଼ା ଜାଲ ନୋଟ୍ ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଅନାମ ଖିଲେ ଓ ଘର ଗିରଫ ନନ୍ଦପୁର ଲେଖିଗୁଡ଼ାରେ ।
ଅଭିଯୁକ୍ତ ଅନାମ ନିକଟରୁ ଟଙ୍କା ସହ ମାରଣାସ୍ତ୍ର ବି ଜବତ ହୋଇଛି । ସେ ଜାଲ ନୋଟ୍ କାରବାର କରୁଥିବା ଏସଟିଏଫକୁ ବିଶ୍ୱସ୍ତ ସୂତ୍ରକୁ ଖବର ମିଳିଥିଲା । ଚଢ଼ାଉ ବେଳେ ଅନାମ ନିକଟରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ ମିଳିଛି । ଜବତ ନୋଟ୍ ଭିତରେ ଶହେ ଓ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ରହିଛି ।

ଏହି ଘଟଣାରେ ଅନାମକୁ ପଚରାଉଚରା ଜାରି ରଖିଛି କୋରାପୁଟ ପୋଲିସ । ସେ କେବେଠାରୁ ଏମିତି ଜାଲ୍ କାରବାର ଚଳାଉଥିଲା । ଏହି ନେଟଓ୍ୱାର୍କରେ ଆଉ କେଉଁମାନେ ସଂପୃକ୍ତ । ରାଜ୍ୟ ଭିତରେ ସ୍ୱତନ୍ତ୍ର ଭାବରେ ନକଲି ନୋଟ୍ ରାକେଟ୍ କାମ କରୁଛି କି ? ସେ ନିଜେ ନକଲି ନୋଟ୍ ଛାପୁଥିଲା ନା ଆଉ କେଉଁଠୁ ଆଣୁଥିଲା ? ମାଷ୍ଟରମାଇଣ୍ଡ କିଏ ? କେଉଁଯାଏ ଲମ୍ବିଛି ଜାଲ୍ ନୋଟ୍ କାରବାର ନେଟଓ୍ୱାର୍କ ?
BREAKING NEWS
- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ୬୦ ପ୍ଲାଟୁନ୍ ପୋଲିସ ମୁତୟନ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ଇଞ୍ଜିନିୟର ନିହାର ସରକାର ଗିରଫ
- ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର: ମନ୍ତ୍ରୀ
- Road Accident: ହାଇୱା ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ, ଦୁଇ ଡ୍ରାଇଭର ମୃତ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ମୁଖ୍ୟ ନିର୍ବାଚନ କମିଶନର
- Bangladeshi Hindus ଆମକୁ ରକ୍ଷା କର, ଆମେ ଫସି ରହିଛୁ :ଭାରତକୁ ନିବେଦନ କଲେ ବାଂଲାଦେଶୀ ହିନ୍ଦୁ
- ୧୮ ବର୍ଷ ପରେ ଅଷ୍ଟ୍ରେଲିଆରେ ଜିତିଲା ଇଂଲଣ୍ଡ
- ବନ୍ଧା ହେଲେ ଫରେଷ୍ଟର, ଘରୁ ମିଳିଲା ପୁଳାପୁଳା ଗହଣା ସହ ନଗଦ…
- ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ
- Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ
Comments are closed.