ବାରିପଦା: ଶନିବାର ବାରିପଦା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ଏକ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ରଞ୍ଜିତା ବେହେରା ଓ ତାଙ୍କ ସ୍ୱାମୀଙ୍କ ନେତୃତ୍ୱରେ ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କା ଜମା ବଦଳରେ ୧୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଦେଇ ଲୋକଙ୍କୁ ଠକୁଥିଲେ। ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତି ଅଭିଯୋଗରେ ସାତ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣଙ୍କ ନାଁରେ ଅପହରଣ ମାମଲା ରୁଜୁ ହୋଇଛି।
ଏହି ରାକେଟ୍ ଏଜେଣ୍ଟଙ୍କ ସହାୟତାରେ ବଜାରରେ ନକଲି ନୋଟ୍ କାରବାର କରୁଥିବା ବେଳେ ମୟୂରଭଞ୍ଜ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ସକ୍ରିୟ ଥିଲା। ଗଜେନ୍ଦ୍ର ବେହେରା ନାମକ ଜଣେ ଏଜେଣ୍ଟ କିଛି ନକଲି ନୋଟ୍ ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିବା ପରେ ଘଟଣା ପଦାକୁ ଆସିଥିଲା। ପରେ ଗଜେନ୍ଦ୍ରଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।
ଅତିରିକ୍ତ ପୁଲିସ ଅଧୀକ୍ଷକ ଉମାଶଙ୍କର ମହାରଣା କହିଛନ୍ତି ଯେ ଅପହରଣ ମାମଲାର ତଦନ୍ତ ସମୟରେ ପୁଲିସ ନକଲି ନୋଟ୍ ରାକେଟ ବିଷୟରେ ଜାଣିବାକୁ ପାଇଥିଲା। ଏ ନେଇ ପୁଲିସ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।
Comments are closed.