ନୂଆଦିଲ୍ଲୀ: ଆଉ ଏକ ଅର୍ଚ୍ଚନା ନାଗ । ଜଣେ ପତି, ୧୮ ବୟ ଫ୍ରେଣ୍ଡ । ୨ କୋଟିରୁ ଅଧିକ ଠକେଇ.. । ଶେଷରେ ହାତରେ ପଡିଲା ହାତକଡି । ଏ ହେଉଛି ଜଣେ ବିବାହିତା ମହିଳାଙ୍କ କାରନାମା । ଏମିତି କରବା ପଛରେ ଗୋଟିଏ ଉଦ୍ଦେଶ୍ୟ । ଏକ ବିଳାସପୂର୍ଣ୍ଣ ଜୀବନ ଜିଇଁବା । ଏଥିପାଇଁ ୨୦ ଜଣ ପୁରୁଷଙ୍କୁ ଠକିବା ପରେ ଶେଷରେ ପୋଲିସ ତାଙ୍କୁ ଧରିଛି । ଧରିବା ପରେ ତାଙ୍କ ବିଷୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ।
ସାଉଥ ଚାଇନାରୁ ପ୍ରକାଶିତ ମର୍ଣ୍ଣିଂ ପୋଷ୍ଟ ସୂଚନା ଅନୁସାରେ, ସାଂଘାଇ ପୋଲିସ ୨୯ ବର୍ଷୀୟ ଏହି ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ନାମ ସରନେମ ବୁ । ପରୁଷଙ୍କ ପ୍ରେମର ଛଳନା କରି ତାଙ୍କ ପକେଟ ଖାଲି କରୁଥିଲେ । ୨୦୧୭ରେ ସେ ଏକ ଡର୍ଜନରୁ ଅଧିକ ପୁରୁଷଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ।
ସବୁଠାରୁ ମଜା କଥା ହେଉଛି, ସେ ଏକା ସାଙ୍ଗରେ ୧୮ ଜଣ ପୁରୁଷଙ୍କୁ ଡେଟ କରୁଥିଲେ । ହେଲେ ଧରା ପଡୁ ନ ଥିଲେ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିବାହ କରିବାର ପ୍ରତିଶ୍ରୁତି ବି ଦେଇଥିଲେ । ଯେତେବଳେ ଯୁବକମାନେ ତାଙ୍କ ପ୍ରେମରେ ପାଗଳ ହୋଇ ଯାଉଥିଲେ ସେତେବେଳେ ସେ ଟଙ୍କା ଅସୁଲ କରୁଥିଲେ ।
କେତେବେଳେ କହୁଥିଲେ ବାପାଙ୍କୁ କ୍ୟାନ୍ସର, ଚିକିତ୍ସା ପାଇଁ ଅର୍ଥ ଦରକାର ତ କେତେବେଳେ କହୁଥିଲେ ଭାଇର ବାହାଘର ଟଙ୍କା ଦିଅ । ଏମିତି କହି ଟଙ୍କା ଲୁଟୁଥିଲେ ବୁ ।
ବୁ ପେଷାରେ ଜଣେ ମଡେଲ । ୨୦୧୪ରେ ସେ ଆଇନଗତ ଭାବେ ଜେଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଏକ ପୁଅ ଅଛି । ହେଲେ ଏ ବିଷୟରେ ତାଙ୍କର ପୁରୁଷ ବନ୍ଧୁ ଜାଣନ୍ତିନି । ହେଲେ କିଛି ବ୍ୟକ୍ତିଙ୍କୁ ବୁ’ଙ୍କୁ ସନ୍ଦେହ କରିବା ଆରମ୍ଭ କଲେ । ସେ ତାଙ୍କର ଟଙ୍କା ଫେରସ୍ତ ମାଗିଲେ । ହେଲେ ବୁ ଟଙ୍କା ନ ଫେରାଇବାରୁ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ । ଏପରି ଧମକ ପାଇବା ପରେ ବୁ ପୁଣି ପୁରୁଷ ବନ୍ଧୁ ବଦଳାଇବାକୁ ଲାଗିଲେ । ସେମାନଙ୍କୁ ପୁଟି ଲୁଟିବାକୁ ଲାଗିଲେ । ଏମିତି ତାଙ୍କର ପୁରୁଷ ବନ୍ଧୁଙ୍କ ତାଲିକା ଲମ୍ବିବାରେ ଲାଗିଲା ।
ଯାହା ବି ହେଉ ସାଂଘାଇ, ପୋଲିସ ବୁଙ୍କୁ ଗିରଫ କରିଛି । ପ୍ରଥମେ ତ ଦୋଷ ସ୍ୱୀକାର କରୁନ ଥିଲା । ଅବିବାହିତ ବୋଲି କହୁଥିଲା । ହେଲେ ପୋଲିସର ଘନଜନ ଜେରା ପରେ ଦୋଷ ସ୍ୱୀକାର କରିଥିଲେ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.