ଢେଙ୍କାନାଳ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର । ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ଟିମ୍ ଯାଇ ଚଢାଉ କରିଛନ୍ତି । ଆନ୍ଧ୍ର ପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କୁ ସାଢ଼େ ୪ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ରମେଶଙ୍କ ବିରୋଧରେ ଅଭିଯୋଗ ରହିଛି ।
ରମେଶ ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହି ଚାରା ଅର୍ଡର କରିଥିଲା। କିନ୍ତୁ ଏବାବଦରେ ଦେଇଥିବ ଚେକ୍ ବାଉନ୍ସ ହୋଇଯାଇଥିଲା। ଏହି ଅର୍ଥକୁ ସେ ନିଜ ଫାର୍ମ ହାଉସରେ ବିନିଯୋଗ କରିଥିବା ଅଭିଯୋଗ ହୋଇଛି ।
ନକଲି ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ସରୁଥିବାରୁ ଅଧିକ ପଚରାଉଚରା ଲାଗି ପୋଲିସ ଅଧିକ ଦିନ ପାଇଁ କୋର୍ଟରେ ଆବେଦନ କରିପାରେ ବୋଲି କୁହାଯାଉଛି ।
ଅନ୍ୟପକ୍ଷେ, ନକଲି ଡାକ୍ତରଙ୍କ ଭିଣୋଇ ଗଣେଶ ଏବଂ ଡ୍ରାଇଭର ପପୁକୁ ପୋଲିସ ଖୋଜୁଛି। ସେମାନଙ୍କର ଡାକ୍ତର ସହ ଲିଙ୍କ୍ ନେଇ ପ୍ରମାଣ ପୋଲିସ ହାତରେ ଲାଗିଥିବାରୁ ପୋଲିସ୍ ସେମାନଙ୍କୁ ଧରି ପଚରାଉଚରା କରିବାକୁ ଯୋଜନା କରିଛି।
Comments are closed.