Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଡଙ୍ଗରିଆଙ୍କ ବିରୋଧ ପରେ ବି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ

ରାୟଗଡା: ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ । କଡ଼ା ସୁରକ୍ଷା ବଳୟ ଭିତରେ ଅତିରିକ୍ତ ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ବାଚନ ସରିଛି । ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡବାଲି ବୁଥରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କେନ୍ଦ୍ରରେ ବିଭ୍ରାଟ ଘଟିଥିଲା  ।

ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ପରେ ମୁଣ୍ଡବାଲି ୮ ନମ୍ବର ବୁଥରେ ପୁନଃ ନିର୍ବାଚନ କରିବାପାଇଁ ନିଦ୍ଧେର୍ଶ ଜାରି ହୋଇଥିଲା । ଯାହାକୁ ଡ଼ଙ୍ଗରିଆ କନ୍ଧମାନେ ତିବ୍ର ବିରୋଧ କରିଥିଲେ । ଗୋଟିଏ ଦିନ ପୁର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସାନି ନିର୍ବାଚନକୁ ବିରୋଧ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ ଜବରଦଖଲ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ୧୬ ତାରିଖରେ ନିର୍ବାଚନ ହୋଇଥିଲା ଓ ୧୯ ତାରିଖରେ ଏହି ଭିଡିଓ ମୋବାଇଲରେ ଘୁରି ବୁଲିଥିଲା । ଭିଡିଓ ଲୋକଲୋଚନକୁ ଆସିବା ପରେ ସାନି ମତଦାନ ପାଇଁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦାବି ହୋଇଥିଲା।

ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜି ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ବୁଥ ନମ୍ବର ୮ରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଛି । ଡଙ୍ଗରିଆ ମାନେ ଆଜି ସକାଳୁ ବୁଥକୁ ଆସି ଭୋଟ ଦେଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସିଆରପୀଏଫ ଓ ଡ଼ିଭିଏଫ ଫୋର୍ସକୁ ନିୟୋଜିତ କରାଯାଇଛି ।

Comments are closed, but trackbacks and pingbacks are open.