Latest Odisha News

BREAKING NEWS

ଖୋଲୁଛି ନକଲି ଡାକ୍ତରଙ୍କ ଅସଲି ଗୁମର: ଖୁଣ୍ଟୁଣି ଖମଲ ଫାର୍ମହାଉସରେ ଚଢାଉ

ଢେଙ୍କାନାଳ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର । ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ଟିମ୍ ଯାଇ ଚଢାଉ କରିଛନ୍ତି ।  ଆନ୍ଧ୍ର ପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କୁ ସାଢ଼େ ୪ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ରମେଶଙ୍କ ବିରୋଧରେ ଅଭିଯୋଗ ରହିଛି ।

ରମେଶ ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହି ଚାରା ଅର୍ଡର କରିଥିଲା। କିନ୍ତୁ ଏବାବଦରେ ଦେଇଥିବ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏହି ଅର୍ଥକୁ ସେ ନିଜ ଫାର୍ମ ହାଉସରେ ବିନିଯୋଗ କରିଥିବା ଅଭିଯୋଗ ହୋଇଛି ।

ନକଲି ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ସରୁଥିବାରୁ ଅଧିକ ପଚରାଉଚରା ଲାଗି ପୋଲିସ ଅଧିକ ଦିନ ପାଇଁ କୋର୍ଟରେ ଆବେଦନ କରିପାରେ ବୋଲି କୁହାଯାଉଛି ।

ଅନ୍ୟପକ୍ଷେ, ନକଲି ଡାକ୍ତରଙ୍କ ଭିଣୋଇ ଗଣେଶ ଏବଂ ଡ୍ରାଇଭର ପପୁକୁ ପୋଲିସ ଖୋଜୁଛି। ସେମାନଙ୍କର ଡାକ୍ତର ସହ ଲିଙ୍କ୍ ନେଇ ପ୍ରମାଣ ପୋଲିସ ହାତରେ ଲାଗିଥିବାରୁ ପୋଲିସ୍‌ ସେମାନଙ୍କୁ ଧରି ପଚରାଉଚରା କରିବାକୁ ଯୋଜନା କରିଛି।

Comments are closed, but trackbacks and pingbacks are open.