Latest Odisha News

ଗିରଫ ହେଲେ ନକଲି ଡାକ୍ତର: ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ

ଟିକ୍ରାପଡ଼ା: ବେଆଇନ ଭାବରେ ୧୫ ବର୍ଷ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଟିକ୍ରାପଡ଼ାର ଏକ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ। ଚଢାଉ ସହ ଜଣେ ନକଲି ଡାକ୍ତରଙ୍କୁ ମଧ୍ୟ କରାଯାଇଛି ଗିରଫ। ନକଲି ଡାକ୍ତର ବିଦ୍ୟୁତ୍ କୁମାର ବିଶ୍ୱାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

 

ପଶିମବଙ୍ଗର ବିଦ୍ୟୁତ୍ କୁମାର ବିଶ୍ୱାସ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିବା ଜଣାପଡ଼ିଛି। ଜଣେ ଡାକ୍ତର ହେବା ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା କିମ୍ବା ଆବଶ୍ୟକୀୟ ଅନୁମତି ନଥାଇ ମଧ୍ୟ ସେ ୧୫ ବର୍ଷ ହେବ ଟିକ୍ରାପଡ଼ାରେ କ୍ଲିନିକ୍ ଖୋଲି ଚିକିତ୍ସା କରୁଥିଲେ। ଏହାକୁ ନେଇ ଅଭିଯୋଗ ହେବ ପରେ ଆଜି ସଇଁତଳା ପୋଲିସ ଓ ଡ୍ରଗ୍ସ ଇନ୍ସପେକ୍ଟର ମିଳିତ ଭାବେ ଉକ୍ତ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲେ। ଅଭିଯୁକ୍ତ ନକଲି ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ ପ୍ରକାର ଔଷଧ, ଇଞ୍ଜେକସନ ଓ ସାଲାଇନ ଜବତ ହୋଇଥିବା ସଇଁନ୍ତଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.