Latest Odisha News

BREAKING NEWS

ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରୁ ଧରାପଡିଲେ ଜଣେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗିରଫ ନକଲି ଡାକ୍ତର ଜଣଙ୍କ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ । କିଛି ଦିନ ପୂର୍ବରୁ ସେହି ଡାକ୍ତରଖାନାରୁ ନକଲି ନର୍ସ ଓ ନକଲି କର୍ମଚାରୀ ଧରାପଡିଥିଲେ ।

ଖବର ମୁତାବକ, ପଦ୍ମନାଭନ ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ଦେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାୟାଲିସିସି ବିଭାଗରେ ଗତ ୭ ମାସ ଧରି ରାହି କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଆଉଟ ସୋର୍ସିଂ ସଂସ୍ଥା ଜରିଆରେ ହସ୍ପିଟାଲରେ କାମ କରୁଥିଲେ । କିଛି ଦିନ ପୂର୍ବେ ପଦ୍ମନାଭ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିଥିବା ସମୟରେ ସେ ଦେଇଥିବା ଡକ୍ୟୁମେଣ୍ଟ ନକଲି ବୋଲି ଜଣାପଡ଼ିଥିଲା ।

ଏହାପରେ କମ୍ପାନୀ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପୋଲିସ । ପୋଲିସ ପଦ୍ମନାଭନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.