Latest Odisha News

ପଲିଗ୍ରାଫ ଟେଷ୍ଟରେ ମିଛ କହିଲେ ନକଲି ଡାକ୍ତର ରମେଶ ସ୍ୱାଇଁ

 ଭୁବନେଶ୍ୱର :ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା । ଆସିଲା ପଲିଗ୍ରାଫ  ଟେଷ୍ଟ ରିପୋର୍ଟ । ପ୍ରାୟ ୧୮ ଜଣ ପତ୍ନୀଙ୍କୁ ବିବାହ କରି ହାଇଡ୍ରାମା କରିଥିବା ଡକ୍ଟରଙ୍କ ମିଛି କହିବା ବଢିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟରେ ମଧ୍ୟ ମିଛ କହିବାକୁ ପଛାଇ ନଥିଲେ ଡାକ୍ତର । ପଲିଗ୍ରାଫ ଟେଷ୍ଟରେ ପଚରାଯାଇଥିବା ୭୦ଟି ପ୍ରଶ୍ନରୁ ପ୍ରାୟ ୫୦ ଟି ପ୍ରଶ୍ନର ଉତ୍ତର ମିଛ କହିଛନ୍ତି ନକଲି ଡାକ୍ତର ରମେଶ ସ୍ୱାଇଁ ।

ଏନେଇ ପୁଣି ଥରେ ରମେଶ ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଛି ପୋଲିସ । ପଲିଗ୍ରାଫ ଟେଷ୍ଟରେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ତିଆରି ହୋଇଥିଲା । କିଭଳି ବହୁ ପତ୍ନୀଙ୍କୁ ବିବାହ କରୁଥିଲେ ।। କେଉଁ ଉପାୟରେ ଠକୁଥିଲେ, ତାଙ୍କ ସହ କିଏ ସହଯୋଗୀ ଅଛନ୍ତି ।ଏମିତି ଅନେକ ପ୍ରଶ୍ନ ପଚରା ଯାଇଥିଲା ।

ହେଲେ ସେସବୁ ପ୍ରଶ୍ନ ଉତ୍ତରେ ଅଧା ପ୍ରଶ୍ନର ଉତ୍ତର ମିଛ କହି ଫାଙ୍କି ଦେଇଛନ୍ତି ନକଲି ଡାକ୍ତର ।ଯାହାକି ପୋଲିସର ଚିନ୍ତା ବଢାଇଦେଇଛି । ଏନେଇ ରମେଶ ଓ ଜାର କାଗଜପତ୍ର ତିଆରିଲ କରିଥିବା ବ୍ୟକ୍ତିଙ୍କୁ ପୁଣି ୫ଦିନ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ ।

Comments are closed.