Latest Odisha News

BREAKING NEWS

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି ।

ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର ଡାକ୍ତରାଣୀଙ୍କୁ ବିବାହ ମାମଲାରେ ୫ ଦିନିଆ ରିମାଣ୍ଡରେ ଅଣାଯିବ । ପୁଲିସ ୭ ଦିନ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଏହି ସମୟରେ ଠକେଇ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବ। ରମେଶ ତଥ୍ୟ ଲୁଚାଉ ଥିବାରୁ ତା’ର ମିଛ ଧରା ପରୀକ୍ଷା କରାଯିବ ।

ଏହି ସମୟ ଭିତରେ ଫେରାର ଥିବା ଭିଣୋଇ, ଡ୍ରାଇଭର ଓ ଦ୍ବିତୀୟ ପତ୍ନୀଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇବ ବୋଲି ଜଣାପଡ଼ିଛି। ର ଦିଲୀର ଜଣେ ମହିଳାଙ୍କୁ ବିବାହ କରି ୧୫ଲକ୍ଷ ଟଙ୍କା ସହିତ ବହୁ ସୁନା ଗହଣା ଲୁଟଇ ନେଇଛି । ଏହି ମହିଳା ଜଣକ ରମେଶର ପୂରା ମୁଖା ଖୋଲି ଦେଇଛନ୍ତି। ବେନାମୀ ନାଁରେ ବିପୁଳ ଟଙ୍କା, ସମ୍ପତ୍ତି ରଖିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଡାକ୍ତର କମଳା ସ୍ବାଇଁ, କଶିଷ ସ୍ବାଇଁ ଏବଂ କଶାଷ ସ୍ବାଇଁ ନାଁରେ ଏହି ସବୁ ସମ୍ପତ୍ତି ରଖିଥିବା କହିଛନ୍ତି। ରମେଶ ସହ ଆହୁରି ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁ କରିବା ପରେ ତନାଘନା ଜାରି ରଖିଛି।

Comments are closed, but trackbacks and pingbacks are open.