Latest Odisha News

BREAKING NEWS

ବିଶୁଦ୍ଧ ପାଣି ନାଁରେ ନକଲି ପାଣି ବଟଲ, ଚଢାଉ ସହ ସିଲ କଲା ପୋଲିସ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଏମ.ଭି.୨ଗାଁରେ ଥିବା ପଦ୍ମାବାତୀ ଆକ୍ୱାଫ୍ରେସ୍ ପାଣି କମ୍ପାନିକୁ ଆଜି ସିଲ୍ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି ପାଣି ବିତରକ କମ୍ପାନି ରିଫ୍ରେଶ ମିନେରାଲ ୱାଟର ନାମରେ ଲୋକଙ୍କୁ ନକଲି ପାଣି ବୋତଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାଣିକୁ ସ୍ବସ୍ଥ ନକରି ଟାଙ୍କି ପାଣିକୁ ସିଧା ସଳଖ ବୋତଲରେ ପ୍ୟାକିଂ କରାଯାଉଥିବା କିଛି ଗ୍ରାହକ ଅଭିଯୋଗ କରିବା ପରେ ମାଲକାନଗିରି ପୋଲିସ ଆଜି ଏହି ଚଢାଉ କରିଛି ।

ତେବେ ଚଢାଉ ସମୟରେ ପିଇବା ପାଣି ସହ ନକଲି ବେଟେରି ପାଣି ମଧ୍ୟ ଜବତ ହୋଇଛି । ଡିଷ୍ଟିଲ ୱାଟର କହି ବେଟେରି ଟନିକ ନାମରେ ଦିର୍ଘ ଦିନ ଧରି ଏହି ନକଲି ପାଣି ବିକ୍ରି କରୁଥିଲା ଏହି କମ୍ପାନି । ଉଭୟ ପିଇବା ପାଣି ଓ ବେଟେରି ପାଣିର ନମୁନା ସଂଗ୍ରହ କରିବା ପରେ କମ୍ପାନିକୁ ସିଲ୍ କରିଛି ପୋଲିସ । ଏହାର ଲେବୋରେଟାରି ଟେଷ୍ଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.