Latest Odisha News

BREAKING NEWS

ଜଗତପୁରରେ ନକଲି ମୋବିଲ କମ୍ପାନୀ ଉପରେ ରେଡ୍‌

କଟକ: କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି । ବୁଧବାର ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ପୋଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ ।

ତେବେ ୨୦୧୬ ମସିହାରୁ ସୁନାରୀବଣ ଅଞ୍ଚଳରେ ଏହି ନକଲି ମୋବିଲ କାରଖାନା ଚାଲୁଥିବା ଜଣାପଡିଛି । ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ୍, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା । ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି ।

ଜଗତପୁର ଥାନା ଅଧିକାରୀ ମନୋରଞ୍ଜନ ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ ଚାଲିଥିଲା । ଚଢାଉ ସମୟରେ କମ୍ପାନୀ ମାଲିକ ଫେରାର ଥିବାବେଳେ ମ୍ୟାନେଜରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।

Comments are closed.