Latest Odisha News

BREAKING NEWS

କରୋନାରେ ସଂକ୍ରମିତ ୩୪ ପୋଲିସ କର୍ମଚାରୀ; ତାବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିଥିଲେ !

ମଧ୍ୟପ୍ରଦେଶ: ଗୁରୁବାର ଭୋପାଳର ୩୪ଜଣ ପୋଲିସ କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ଯେଉଁଥିରେ କିଛି ଉଚ୍ଚପଦସ୍ତ ଅଧିକାରୀ ବି ସାମିଲ ଅଛନ୍ତି ।

ଭୋପାଳର ଅତିରିକ୍ତ ମହାନିର୍ଦ୍ଦେଶକ ଉପେନ୍ଦ୍ର ଜୈନ କହିଥିଲେ ସଂକ୍ରମିତ ସମସ୍ତ ପୋଲିସ କର୍ମଚାରୀ ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରୁ ଫେରିଥିବା ତାବଲିଗି ଜମାତିଙ୍କ ସନ୍ଧାନରେ ନିୟୋଜିତ ହୋଇଥିଲେ । ସେହି ଜମାତିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ନିୟୋଜିତ ପୋଲିସ କର୍ମଚାରୀ ଜାହାଙ୍ଗିରାବାଦ ଓ ଆସବାଗ ଥାନା ଯାଇ ମର୍କଜରେ ଉପସ୍ଥିତ ଥିବା ଜମାତିଙ୍କ ବିଷୟରେ ଛାନଭିନ୍ କରିଥିଲେ । ପୋଲିସ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୩୦ଜଣ ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

କରୋନା ଲକ୍‌-ଡାଉନ ପରଠାରୁ ପ୍ରାୟ ୨୧ଶହ ପୋଲିସ କର୍ମଚାରୀ ସଂକ୍ରମଣ ଭୟରେ ଘରକୁ ଫେରିନାହାନ୍ତି । ତେବେ ସେମାନଙ୍କୁ ସଂକ୍ରମଣରୁ ରୋକିବା ଲାଗି ପିପିଇ କିଟ୍‌, ସାନିଟାଇଜର୍ ଓ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୋଗାଇଦିଆଯାଇଛି ।

Leave A Reply

Your email address will not be published.