Latest Odisha News

BREAKING NEWS

ରାୟଗଡାରେ ନକଲି ମାଓବାଦୀ ଗିରଫ

ରାୟଗଡ଼ା : ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ବଟି ଆଦାୟ କରୁଥିବା ୨ଜଣଙ୍କୁ ନକଲି ମାଓବାଦୀଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି ।

ଏହି ଅଭିଯୁକ୍ତ ଦ୍ୱୟ ରାୟଗଡ଼ା କସ୍ତୁରୀ ନଗରର କେ. ମାଧବ ରାଓ ଏବଂ ଅନ୍ୟଜଣେ ଜେ.କେ.ପୁର ଅଞ୍ଚଳର ଭି. ଜଗନ୍ନାଥ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ନକଲି ମାଓବାଦୀ ଜଣେ ଠିକାଦାରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ପଠାଇ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଏନେଇ ଠିକାଦାର ଜଣଙ୍କ ରାୟଗଡ଼ା ଥାନା ପୋଲିସକୁ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ଠିକାଦାରଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ଏହି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବାର ପୋଲିସ ସୁତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.