Latest Odisha News

BREAKING NEWS

ଭୁବନେଶ୍ୱରରେ ଧରାପଡିଲା ନକଲି ନାବାର୍ଡ ଅଫିସର

ଭୁବନେଶ୍ୱର: ନିଜକୁ ନ୍ୟାସନାଲ ବ୍ୟାଙ୍କ ଫର ଫାର୍ମିଂ ଏବଂ ରୁରାଲ ଡେଭଲପମେଣ୍ଟ (ନାବାର୍ଡ)ର ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠାକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାମ ସ୍ମିଥ ସେଠୀ ବୋଲି ଜଣାପଡିଛି।

ସୂଚନାନୁସାରେ , ଏହି ବ୍ୟକ୍ତି ଜଣଙ୍କ ନିଜକୁ ନବାର୍ଡ଼ର ଅଧିକାରୀ ବୋଲି ପରିଚୟ ଦେଇ କିଛି କାମ ପାଇଁ ଅବସରପ୍ରାପ୍ତ ପଶୁପାଳନ ବିଭାଗର ଅଧିକାରୀ ଡମ୍ବରୁଧର ବିଶ୍ୱାଳଙ୍କ ଘରକୁ ଯାଇଥିବା ଅଭିଯୋଗ ହୋଇଛ । କଥାବାର୍ତ୍ତା ସମୟରେ ପରେ ସେଠୀଙ୍କ ଉପରେ ଡମ୍ବରୁଧରଙ୍କର ସନ୍ଦେହ ଉପୁଜିଥିଲା। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡମ୍ବରୁଧର ଏହି ଠକକୁ ଧରିବା ସହ ପୋଲିସର ଜିମା ଦେଇଛନ୍ତି ।

“ମୁଁ ସେଠୀଙ୍କୁ ପଚରାଉଚରା ସମୟରେ ତାଙ୍କ ପରିଚୟ ପତ୍ର ଦେଖାଇବାକୁ କହିଥିଲି, ମାତ୍ର ସେ ତାହା ଦେଖାଇ ନଥିଲେ, ଯାହା ମୋତେ ତାଙ୍କ ଉପରେ ସନ୍ଦେହ ସୃଷ୍ଟି କରିବାକୁ ବାଧ୍ୟ କରିଥିବା” ଡମ୍ବରୁଧର କହିଛନ୍ତି ।

Leave A Reply

Your email address will not be published.