Latest Odisha News

ନକଲି ନକ୍ସଲ ଗିରଫ, ମୋବାଇଲ ଓ ଏଟିଏମ୍ କାର୍ଡ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକଲି ନକ୍ସଲକୁ ବାନ୍ଧିଲା ପୋଲିସ । ନକ୍ସଲ ପରିଚୟ ଦେଇ ଜିଲ୍ଲାର ବହୁ ଦୋକାନୀଙ୍କୁ ଫୋନ୍ କରି ଧମକ ଦେଇ ଟଙ୍କା ମାଗୁଥିଲା ଟଙ୍କା । ଆଉ ଟଙ୍କା ନଦେଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା । ଏଭଳି ଖବର ସାମ୍ନାକୁ ଆସିବା ପରେ ଆଜି ନ୍ତୋଷ କୁମାର ମହାନ୍ତି ଓରଫ ପିଣ୍ଟୁକୁ ଗିରଫ କରିଛି ମାଲକାନଗିରି ପୋଲିସ ।

ଖବର ମୁତାବକ, ଗିରଫ ସନ୍ତୋଷ କୁମାର ମହାନ୍ତିଙ୍କ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ । ସେ ନିଜକୁ କ୍ସଲ କମାଣ୍ଡର ଆର. ରାଜେଶ୍ୱର ଟାରାଲ ପରିଚୟ ଦେଇ ଗତ କିଛି ଦିନ ଧରି ଦୋକାନୀ ମାନଙ୍କୁ ଟଙ୍କା ମାଗୁଥିଲେ ଆଉ ଟଙ୍କା ନଦେଲେ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇ ଚାଲିଥିଲେ । ଏନେଇ ଉକ୍ତ ଦୋକାନୀ ମାନେ ମାଲକାନଗିରି ସଦର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ସନ୍ତୋଷକୁ ଗିରଫ କରିଛି ।

ତେବେ ସନ୍ତୋଷ ଏକ ଲକ୍ଷରୁ ଅଧିକ ଟଙ୍କା ଭିନ୍ନ ଭିନ୍ନ ଲୋକଙ୍କଠାରୁ ଲୁଟି ଥିବା ନେଇ ସୂଚନା ରହିଛି । ଅଭିଯୁକ୍ତ ନିକଟରୁ ୩ଟି ମୋବାଇଲ ସହ ସିମ କାର୍ଡ, ୩ଟି ଏଟିଏମ କାର୍ଡ ଜବତ କରିଛି ।

Comments are closed.